କଂଗ୍ରେସର ନୂଆ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ଭାବେ ନିର୍ବାଚିତ ହୋଇଥିବା ମଲ୍ଲିକାର୍ଜୁନ ଖଡଗେଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି। ମୋଦୀ ଟ୍ବିଟ୍ କରି କହିଛନ୍ତି ଯେ କଂଗ୍ରେସ ସଭାପତି ଭାବେ ଖଡଗେଙ୍କ କାର୍ଯ୍ୟକାଳ ଫଳପ୍ରଦ ହେଉ । ଖଡଗେଙ୍କ ରୂପରେ କଂଗ୍ରେସ ଦଳ ୨୪ ବର୍ଷ ପରେ ଏକ ଅଣଗାନ୍ଧୀ ସଭାପତି ପାଇଛି ।

କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ ବୁଧବାର ଦଳର ନୂଆ ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ସେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଶଶି ଥରୁରଙ୍କୁ ୬,୮୨୫ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ । କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକରଣର ମୁଖ୍ୟ ମଧୁସୂଦନ ମିସ୍ତ୍ରୀଙ୍କ ସୂଚନା ଅନୁଯାୟୀ ଖଡଗେଙ୍କୁ ୭,୮୯୭ ଭୋଟ୍ ମିଳିଥିବା ବେଳେ ଥରୁର ୧,୦୭୨ ଭୋଟ୍ ପାଇଥିଲେ । କଂଗ୍ରେସ ସଭାପତି ନିର୍ବାଚନରେ ​​୯,୩୮୫ ଭୋଟ୍ ପଡ଼ିଥିଲା । ଏଥିମଧ୍ୟରୁ ୪୧୬ ଭୋଟ୍ ଅବୈଧ ଘୋଷିତ ହୋଇଥିଲା ।

Comments are closed.