ମୋୖସୁମୀ ପରବର୍ତ୍ତୀ ବାତ୍ୟା ଋତୁ ପାଇଁ ପ୍ରସ୍ତୁତି, ସ୍ୱାସ୍ଥ୍ୟ ବିଭାଗ ଜାରି କଲା ଆଡଭାଇଜରି

ଭୁବନେଶ୍ୱର- ମୈ‌।ସୁମୀ ପରବର୍ତ୍ତୀ ବାତ୍ୟା ଋତୁକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହି ସମୟରେ ସ୍ୱାସ୍ଥ୍ୟ ସମସ୍ୟାର କିଭଳି ମୁକାବିଲା କରାଯାଇପାରିବ, ସେ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଡଭାଇଜରି ଜାରି କରାଯାଇଛି। ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ଆଡଭାଇଜରି ଜାରି କରିଛନ୍ତି।

ବନ୍ୟା ସମ୍ବନ୍ଧୀୟ ରୋଗ, ଜଳ ବିଶୋଧନକାରୀ ଟାବଲେଟ୍, ବିଭିନ୍ନ ସ୍ତରରେ ଡାକ୍ତରଖାନାରେ ସାପକାମୁଡା ପାଇଁ ଅତ୍ୟାବଶ୍ୟକ ଔଷଧ ପର୍ଯ୍ୟାପ୍ତ ପରିମାଣର ଗଚ୍ଛିତ ରଖିବାକୁ ପରାମର୍ଶ ଦିଆଯାଇଛି।

ବ୍ଲିଚିଂ ପାଉଡର, କ୍ଲୋରାଇନ୍ ଟାବଲେଟ୍, ଚୂନ ପାଉଡରର ପର୍ଯ୍ୟାପ୍ତ ଷ୍ଟକ୍ ମଧ୍ୟ ନିଶ୍ଚିତ କରାଯିବ ଗର୍ଭବତୀ ମହିଳାମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବା ଉପରେ ଜୋର୍ ଦିଆଯାଇଛି । ଆଗାମୀ ୧୦ ଦିନ ମଧ୍ୟରେ ପ୍ରସବ ତାରିଖ ରହିଥିବା ଗର୍ଭବତୀ ମହିଳାଙ୍କୁ ଆଶାକର୍ମୀଙ୍କ ସାହାଯ୍ୟରେ ନିକଟସ୍ଥ ସରକାରୀ ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ ପରାମର୍ଶ ଦିଆଯାଇଛି। ସମସ୍ତ ପିଏଚସି, ସିଏଚସି, ଡିଏଚଏଚ ଏବଂ ଅନ୍ୟାନ୍ୟ ଡାକ୍ତରଖାନାଗୁଡ଼ିକରେ ପାୱାର୍ ବ୍ୟାକଅପ୍ ବ୍ୟବସ୍ଥା ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସମ୍ଭାବ୍ୟ ବିପର୍ଯ୍ୟୟ, ରୋଗଜନିତ ସମସ୍ୟା ଏବଂ ଅନ୍ୟାନ୍ୟ ଜରୁରୀକାଳୀନ ପରିସ୍ଥିତି ସହିତ ଧନଜୀବନ କ୍ଷତି ହେବାର ଆଶଙ୍କା ରହିଛି । ଏପରି ପରିସ୍ଥିତିକୁ ମୁକାବିଲା କରିବା ପାଇଁ ସେଠାରେ ଏକ କାର୍ଯ୍ୟ ଯୋଜନା ସହିତ ପର୍ଯ୍ୟାପ୍ତ ପ୍ରସ୍ତୁତି ହେବା ଆବଶ୍ୟକ। କଣ୍ଟ୍ରୋଲ୍ ରୁମ୍ ୨୪ ଘଣ୍ଟିଆ କାର୍ଯ୍ୟ କରିବ । ରାଜ୍ୟ ରାପିଡ୍ ରେସପନ୍ସ ଦଳ -ଆରଆରଟି ପ୍ରସ୍ତୁତ । ୨୪X୭
କଣ୍ଟ୍ରୋଲ୍ ରୁମ୍ ଆଇଡିଏସପି ୟୁନିଟରେ କାର୍ଯ୍ୟ କରିବ ।
ଅତିରିକ୍ତ ମାନବ ସମ୍ବଳ ସଂଗ୍ରହ ସହ ଗୁଜବ ଉପରେ ନଜର ରଖାଯିବ । ଜିଲ୍ଲା ସ୍ତରରେ ଜିଲ୍ଲା ଏବଂ ବ୍ଲକ ସ୍ତରରେ କଣ୍ଟ୍ରୋଲ୍ ରୁମ୍ ୨୪ ଘଣ୍ଟା କାର୍ଯ୍ୟ କରିବ । ଜିଲ୍ଲା ତଥା ଆର ଆରଟି ଦଳ ପ୍ରସ୍ତୁତ ରହିବେ । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ କରାଯିବ । ଜିଲ୍ଲା କର୍ତ୍ତୃପକ୍ଷ ଜିଲ୍ଲାର ବନ୍ୟା ପ୍ରବଣ ଅଞ୍ଚଳ ଚିହ୍ନଟ କରିବେ ।

Comments are closed.