ଧାମନଗର ଉପନିର୍ବାଚନ ପାଇଁ ସୁରକ୍ଷା ପ୍ରସ୍ତୁତିର ସମୀକ୍ଷା କଲେ ଡିଜିପି

ଭୁବନେଶ୍ୱର – ଧାମନଗର ଉପନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ପୋଲିସ ଡିଜି ସୁନୀଲ ବଂଶଲ । ଭିଡିଓ କନଫରେନସିଂ ଜରିଆରେ ଡିଜିପି ସୁରକ୍ଷା ସ୍ଥିତି ନେଇ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଉପନିର୍ବାଚନରେ ମୁତୟନ ହେବେ ୪ କମ୍ପାନି ସିଆରପିଏଫ । ୪୬ଟି ୪୬ଟି ମୋବାଇଲ ପାଟ୍ରୋଲିଂ ପାର୍ଟି ସମେତ ୨୦ ପ୍ଲାଟୁନ ଫୋର୍ସ, ୩ଟି ଫ୍ଲାଇଂ ସ୍କ୍ବାଡ୍ ମୁତୟନ କରାଯିବ । ଷ୍ଟ୍ରଙ୍ଗରୁମର ସୁରକ୍ଷା ଉପରେ ମଧ୍ୟ ଗୁରୁତ୍ବ ଦେଇଛନ୍ତି ଡିଜିପି । ଆସନ୍ତାମାସ ୩ ତାରିଖରେ ଧାମନଗରରେ ଭୋଟ ଗ୍ରହଣ ହେବ ।

Comments are closed.