ଧାମନଗରରେ ବିଜେଡିର ମିଶ୍ରଣ ପର୍ବ: ଶତାଧିକ ବିଜେପି ନେତା ଓ କର୍ମୀ ବିଜେଡିରେ ସାମିଲ

ଭଦ୍ରକ – ଧାମନଗର ଉପନିର୍ବାଚନ ପାଇଁ ମତଦାନକୁ ଆଉ ମାତ୍ର ୮ ଦିନ ବାକିଥିବା ବେଳେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପ୍ରତି ଆସ୍ଥା ବଢ଼ିବାରେ ଲାଗିଛି । ବିକାଶ ଉପରେ ଗୁରୁତ୍ବ ଦେଉଥିବା ନବୀନଙ୍କ ଉପରେ ଆସ୍ଥା ସ୍ଥାପନ ପୂର୍ବକ ଧାମନଗର ଏନଏସି ଓ ଦଳାଙ୍ଗ, ପଧାନୀ, ମୁସ୍ତାଫାପୁର ଏବଂ ଭଗବାନପୁର ପଞ୍ଚାୟତରେ ଶତାଧିକ ବିଜେପି କର୍ମୀ ଓ ସମର୍ଥକ ବିଜେଡିରେ ଯୋଗ ଦେଇଛନ୍ତି । ଧାମନଗର ବିଜେପିର ପୂର୍ବତନ ଆଇଟି ସେଲ ସଂଯୋଜକ ମାନସ ମଣ୍ଟୁ, ଚନ୍ଦନ ଜେନା, ବିରଞ୍ଚି ନାରାୟଣ ଦାସ, ତାପସ ରଞ୍ଜନ ପ୍ରଧାନ, ବର୍ଷା ରାଣୀ ଜେନା, ସରସ୍ବତୀ ଜେନା ପ୍ରମୁଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ସାମିଲ ହୋଇଛନ୍ତି।

ଏହି ମିଶ୍ରଣ ପର୍ବରେ ରାଜ୍ୟ ସାଙ୍ଗଠନିକ ସମ୍ପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ, ବିଧାୟକ ସଞ୍ଜୀବ କୁମାର ମଲ୍ଲିକ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅଶୋକ ନାୟକ, ବରିଷ୍ଠ ନେତା ପ୍ରଭାତ ଜେନା, ଦୋବଲ ଜୋନ ଜିଲ୍ଲା ପରିଷଦ ସଭ୍ୟାଙ୍କ ପ୍ରତିନିଧି ପ୍ରତାପ ସାମଲ, ବିଜୁ ଯୁବ ଜନତା ଦଳର ଅନ୍ୟାନ୍ୟ ବରିଷ୍ଠ ଓ ଯୁବ ନେତୃମଣ୍ଡଳୀ ଉପସ୍ଥିତ ଥିଲେ।

Comments are closed.