ସମ୍ବଲପୁର: ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ପ୍ରତିବର୍ଷ ଚାଷୀଙ୍କୁ ଶୋଷଣ କରାଯାଉଥିବା ଅଭିଯୋଗରେ ଆଜି କେନ୍ଦ୍ର ବିରୋଧରେ ବିଜେଡି ରଣହୁଙ୍କାର ଦେଇଛି। ବିଶାଳ ସମାବେଶରେ ଦଳ ସିଧା କେନ୍ଦ୍ରକୁ ଟାର୍ଗେଟ କରି ଜୋରଦାର ଆନ୍ଦୋଳନ ଚେତାବନୀ ଦେଇଛି।
ପ୍ରତିବର୍ଷ ଚାଷୀଙ୍କ ଠାରୁ ବିଭିନ୍ନ ବୀମା କଂପାନି ଶହ ଶହ କୋଟି ଟଙ୍କା ପ୍ରିମିୟମ ଆକାରରେ ନେଉଛନ୍ତି। ହେଲେ ଫସଲ କ୍ଷତିପୂରଣ ପ୍ରଦାନ ବେଳକୁ ପଛଘୁଞ୍ଚା ଦେଉଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ବାରମ୍ବାର କେନ୍ଦ୍ରକୁ ଅବଗତ କରୁଥିଲେ ସୁଦ୍ଧା କେନ୍ଦ୍ର ସରକାର କର୍ଣପାତ କରୁନାହାନ୍ତି ବୋଲି ବିଜେଡି ଅଭିଯୋଗ କରିଛି। ଜିଲ୍ଲା ସଭାପତି ସିଦ୍ଧାର୍ଥ ଦାସଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ଅଫିସ ଆଗରେ ଅନୁଷ୍ଠିତ ଏହି ବିକ୍ଷୋଭ ସମାବେଶରେ କୁଚିଣ୍ଡା ବିଧାୟକ କିଶୋର ନାଏକ, ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁମୁଦିନୀ ନାୟକ, ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ କେନ୍ଦ୍ର ସରକାରକୁ କଡା ସମାଲୋଚନା କରିଥିଲେ। ଏଥିରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତର ହଜାର ହଜାର କର୍ମୀ ଓ ନେତା ସାମିଲ ହୋଇଥିଲେ।
Comments are closed.