କାଲି ଧାମନଗର ଭୋଟ୍ ପାଇଁ ସମସ୍ତ ପ୍ରସ୍ତୁତି ଶେଷ

ଭୁବନେଶ୍ବର – ଆସନ୍ତାକାଲି ଧାମନଗର ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ହେବ ଭୋଟ ଗ୍ରହଣ । ଏଥିଲାଗି ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଭୋଟ ଗ୍ରହଣ ଲାଗି ସମୁଦାୟ ୧୦୦୮ ପୋଲିଂ ପାର୍ଟି ନିୟୋଜିତ ହୋଇଛନ୍ତି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି।

ସେ କହିଛନ୍ତି ଯେ, ସାଇଲେଣ୍ଟ ପିରିୟଡ଼ରେ ଚେକିଂ କଡାକଡି କରାଯାଉଛି । ବୁଥର ୧୦୦ ମିଟର ମଧ୍ୟରେ କେହି ବି କଥାବାର୍ତ୍ତା ହୋଇ ପାରିବେ ନାହିଁ । ଯଦି କେହି ନିୟମ ଉଲ୍ଲଂଘନ କରେ ତେବେ ତାଙ୍କୁ ଗିରଫ କରାଯିବ । ଭୋଟର ପରିଚୟ ପତ୍ର ଛଡା ୧୨ଟି ଅନ୍ୟ ଡକ୍ୟୁମେଣ୍ଟ ଦେଖାଇ ବି ଭୋଟ ଦେଇ ପାରିବେ ମତଦାତା। ସକାଳ ୭ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ । ଏହା ପୂର୍ବରୁ ମକପୋଲ ହେବ। ଏଥର ଧାମନଗରରେ ମୋଟ ୨୫୨ ବୁଥ କରାଯାଇଛି । ସେଥି ମଧ୍ୟରୁ ୧୧୦ ବୁଥ ସମ୍ବେଦନଶୀଳ ଚିହ୍ନଟ ରହିଛି । ଆଉ ସେଥିମଧ୍ୟରୁ ୧୨୬ଟି ୱେବକାଷ୍ଟିଂ ହେବ । ନିର୍ବାଚନକୁ ଅବାଧ ଓ ନିରପେକ୍ଷ କରିବା ଲାଗି ୨୫ ଜଣ ମାଇକ୍ରୋ ଅବଜରଭର ରହିଛନ୍ତି। ୧୫ଟି ମଡେଲ ବୁଥ ଓ ୫ଟି ପିଙ୍କ ବୁଥ କରାଯାଇଛି । ସାଇଲେଣ୍ଟ ପିରିୟଡ଼ଠୁ ନେଇ ଭୋଟ ପର୍ଯ୍ୟନ୍ତ ମଦ ବିକ୍ରି ବାରଣ କରାଯାଇଛି । ୪ଟି ସେଣ୍ଟ୍ରାଲ ଟିମ ଓ ୧୦୦୦ଜଣ ପୋଲିସ ଅଧିକାରୀ ନିୟୋଜିତ ହୋଇଛନ୍ତି । ୩ଟି ରାଜନୈତିକ ଦଳ ପ୍ରଚାର ସମୟରେ କିଛି ଅଭିଯୋଗ ଆଣିଥିଲେ । ସାଧାରଣ ଅଭିଯୋଗ ପାଇଁ ଆମେ ଜିଲ୍ଲା ପ୍ରଶାସନକୁ ମାର୍ଗଦର୍ଶୀକା ଦେଇଛୁ । ୫ଟି ଘଟଣାରେ ପୋଲିସ କେସ ହୋଇଛି । ଆଉ ଗୋଟିଏ ମାମଲାରେ ଜଣେ ଉଚ୍ଚପଦସ୍ଥ ଅଧିକାରୀଙ୍କ ବିରୋଧରେ ଅଭିଯୋଗ ହୋଇଥିଲା, ତାହା ଆମେ ଜାତୀୟ ନିର୍ବାଚନ ଆୟୋଗଙ୍କ ନିକଟକୁ ପଠାଯାଇଛି ବୋଲି ଲୋହାନି କହିଛନ୍ତି।

Comments are closed.