ନାଗସାପକୁ କାମୁଡ଼ି ମାରିଲା ବାଳକ

ରାୟପୁର: ବାଳକର କାମୁଡ଼ାରେ ନାଗସାପର ମୃତ୍ୟୁ । ଏହା ବିଶ୍ବାସ ହେଉନଥିଲେ ମଧ୍ୟ ଛତିଶଗଡ଼ରେ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ରାୟପୁର ଠାରୁ ପ୍ରାୟ ୩୫୦ କିଲୋମିଟର ଯଶପୁର ଜିଲ୍ଲାର ସୁଦୂର ପାଣ୍ଡାରପାଦ ଗ୍ରାମରେ ଜଣେ ଆଠ ବର୍ଷର ବାଳକ ଏକ ନାଗସାପକୁ କାମୁଡ଼ି ମାରିଦେଇଛି ।

ଦୀପକ ତାଙ୍କ ଘର ପଛପଟେ ଖେଳୁଥିବା ବେଳେ ଏକ ବିଷାକ୍ତ ନାଗସାପ ତାକୁ କାମୁଡ଼ି ଦେଇଥିଲା। ସାପଟି ତା’ର ହାତରେ ଗୁଡ଼େଇ ହୋଇଯାଇଥିଲା । ସାପକୁ ହାତରୁ କାଢିବାରେ ବିଫଳ ହେବା ପରେ ଦୀପକ ଓଲଟି ନାଗକୁ କାମୁଡ଼ି ଦେଇଥିଲା । ଏହାପରେ ନାଗର ମୃତ୍ୟୁ ହୋଇଥିଲା।

ଦୀପକଙ୍କ ଘରଲୋକ ତାକୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ତାକୁ ସାପବିଷ ନିରୋଧୀ ଇଞ୍ଜେକ୍ସନ ଦିଆଯାଇଥିଲା । ଗୋଟିଏ ଦିନ ଡାକ୍ତରଙ୍କ ନିରୀକ୍ଷଣରେ ରହିବା ପରେ ଦୀପକକୁ ଡିସଚାର୍ଜ କରାଯାଇଥିଲା ବୋଲି ବ୍ଲକ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଜେମସ୍ ମିଞ୍ଜ କହିଛନ୍ତି। ସୌଭାଗ୍ୟ ବଶତଃ ନାଗସାପର ହାଲକା କାମୁଡ଼ା ଯୋଗୁଁ ଦୀପକ ବଞ୍ଚି ଯାଇଥିଲା । ତାର ଶରୀରରେ କୌଣସି ବିଷ ସଞ୍ଚାରିତ ହୋଇନଥିବାରୁ ସେ ଶୀଘ୍ର ସୁସ୍ଥ ହୋଇଯାଇଥିଲା । ଏଭଳି ସାପ କାମୁଡ଼ା ଯନ୍ତ୍ରଣାଦାୟକ ଏବଂ କାମୁଡ଼ିବା ସ୍ଥାନରେ କେବଳ ହାଲକା ଲକ୍ଷଣ ଦେଖାଯାଇପାରେ ବୋଲି ସାପ ବିଶେଷଜ୍ଞ କେସିଆର ହୁସେନ୍ କହିଛନ୍ତି ।

Comments are closed.