ସମ୍ବଲପୁର: ବିଜୁ ଜନତା ଦଳ ସମ୍ବଲପୁର ବିଧାନସଭା କ୍ଷେତ୍ର ପକ୍ଷରୁ ବୁଧବାର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି I ପୂର୍ବତନ ବିଧାୟିକା ତଥା ବିଜେଡି ମୁଖପାତ୍ର ଡ଼. ରାସେଶ୍ୱରୀ ପାଣିଗ୍ରାହୀଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବିଶାଳ ଜନ ସମ୍ପର୍କ ପଦଯାତ୍ରାରେ ଉଚ୍ଚ ଶିକ୍ଷା ମନ୍ତୀ ଇଂ. ରୋହିତ ପୂଜାରୀ, ପୂର୍ବତନ ମନ୍ତ୍ରୀ ତଥା ଭଟଲି ବିଧାୟକ ସୁଶାନ୍ତ ସିଂହ, ଜ଼ିଲ୍ଲା ପରିଷଦ ସଭାପତି କୁମୋଦିନୀ ନାୟକ, ଜ଼ିଲ୍ଲା ସଭାପତି ଇଂ, ସିଦ୍ଧାର୍ଥ ଦାସଙ୍କ ସମେତ ରାଜ୍ୟ ତଥା ଜିଲ୍ଲା ବିଜେଡିର ବରିଷ୍ଠ କର୍ମକର୍ତ୍ତା, ଜିଲ୍ଲା ଯୁବ, ଛାତ୍ର ଓ ମହିଳା ଜନତା ଦଳର କର୍ମକର୍ତ୍ତା ତଥା ଶହ ଶହ କର୍ମକର୍ତ୍ତା ଯୋଗଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ବାର୍ତ୍ତାକୁ ଲୋକଙ୍କ ପାଖରେ ପହଞ୍ଚାଇଥିଲେ I ଏହି ପଦଯାତ୍ରା ଅପରାହ୍ନ ୪ ଘଟିକା ସମୟରେ ସ୍ଥାନୀୟ ଲଷ୍ମୀ ଟକିଜ ଛକରୁ ବାହାରି ଗୋଲବଜାର, ପୀର ବାବା ଛକ, ମୁନସିପାଲିଟି ଛକ ଦେଇ ଗଙ୍ଗାଧର ମଣ୍ଡପ ପଡିଆରେ ପହଞ୍ଚିଥିଲା I ଏହି ପଦଯାତ୍ରାରେ ଅତିଥି ଗଣଙ୍କୁ ଦୁଲଦୁଲି ବାଜା, ସମ୍ପର୍ଦା, ସଂକୀର୍ତନ ମଣ୍ଡଳୀର, ଆଦିବାସୀ ନୃତ୍ୟ ଗୀତର ତାଳେ ତାଳେ କର୍ମୀ ମାନେ ପାଛୋଟି ନେଇ ଥିଲେ I ସେଠାରେ ପୂର୍ବତନ ବିଧାୟିକା ଡ. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା I ଯୁବ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ସତୀଶ ବିଶିଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ସଭାରେ ଅତିଥି ଗଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶର ବାର୍ତ୍ତା ଘରେ ଘରେ ପହଞ୍ଚାଇବାକୁ ଦୃଢ ସଂକଳ୍ପ ନେବା ସହିତ ସମ୍ବଲପୁର ବିକାଶକୁ ଆଗେଇ ନେବାକୁ ଆହ୍ୱାନ କରିଥିଲେ I ଏହି ଅବସରରେ ସମ୍ବଲପୁର ମହାନଗର ନିଗମ ୱାର୍ଡ ନମ୍ବର ୩୬ ଅନ୍ତର୍ଗତ ଯୁବ ନେତା ଦେବାଶିଷ ବାଗଙ୍କ ନେତୃତ୍ୱରେ ୫୪ ଜଣ ଯୁବକ ବିଜେଡିରେ ଯୋଗଦାନ କରିଥିଲେ I ଆଜିକାର ଏହି ଜନ ସମ୍ପର୍କ ପଦଯାତ୍ରାରେ ବିଜେଡି ଜ଼ିଲ୍ଲା ସାଧାରଣ ସମ୍ପାଦକ ଦେବାଶିଷ ନନ୍ଦ, ବିଜୁ ମହିଳା ଜନତା ଦଳ ଜ଼ିଲ୍ଲା ସଭାନେତ୍ରୀ ବନ୍ଦିତା ରାଣୀ ମିଶ୍ର, ଯୁବ ବିଜେଡି ଜ଼ିଲ୍ଲା ସଭାପତି ଲଷ୍ମୀ ପ୍ରସାଦ ମହାପାତ୍ର, ଛାତ୍ର ବିଜେଡି ଜ଼ିଲ୍ଲା ସଭାପତି ଶୁଭ୍ରାଂଶୁ ପାଢ଼ୀ ଙ୍କ ସମେତ ବିଜେଡି ରାଜ୍ୟ ପ୍ରବକ୍ତା ସଞ୍ଜୟ ବାବୁ, ସଞ୍ଜିତ ମହାନ୍ତି, ଶୈଳେଶ ଦାନୀ, ହୀରାଲାଲ ବେହେରା, ମିଳନ ହୋତା, ଦେବାଶିଷ ପରିଡା, କବିତା ପୁରୋହିତ, ସିପ୍ରା ମହାନ୍ତି, କଳ୍ପନା ମିଶ୍ର, ଉଷା ପ୍ରଧାନ, ଅମିତାଭ ପରିଡା, ନିଶାନ୍ତ ବହିଦାର, ସୁମନ୍ତ୍ର ପଣ୍ଡା, ରମାକାନ୍ତ ସାହୁ, ଭୋଲା ମହତ୍ତମ, ବରିଷ୍ଠ ବିଜେଡି ନେତା, ଗୋକୁଳ ମେହେର, ମହମ୍ମଦ ସନାଉଲ୍ଲା, ମହେଶ ଶର୍ମା, ପ୍ରଦ୍ୟୋଷ ମହାନ୍ତି, ସୁରେନ୍ଦ୍ର ବିଶ୍ୱାଳ, ସେକ ଆଲାମ, ଜିତୁ ପଟ୍ଟନାୟକ, ଭାବେଶ ଚାନ୍ଦ ପ୍ରମୁଖ ଉପସ୍ଥିତ ଥିଲେ I ସଭା ପ୍ରାରମ୍ଭରେ ଅତିଥି ଗଣ ଇଷ୍ଟ ଦେବୀ ସମଲେଶ୍ୱରୀ ଏବଂ ବିଜୁ ପଟ୍ଟନାୟକଙ୍କ ତୈଲ୍ୟ ଚିତ୍ରରେ ଦୀପ ପ୍ରଜ୍ଜଳନ ଓ ପୁଷ୍ପମାଲ୍ୟ ଅର୍ପଣ ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା I ପରିଶେଷରେ ବିଜେଡି ଯୁବ ନେତା ସୁରଜ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ I ଦୀର୍ଘ ଦିନର ବ୍ୟବଧାନ ପରେ ବିଜେଡି ର ସମସ୍ତ ନେତୃ ମଣ୍ଡଳୀ ଏହି ଜନ ସମ୍ପର୍କ ପଦଯାତ୍ରାରେ ସାମିଲ ହୋଇଥିଲେ I
Comments are closed.