ବାଇକ ଚୋର ସନ୍ଦେହରେ ପିଟିପିଟି ଯୁବକଙ୍କୁ ମାରି ଦେଲେ: ୭ ଅଟକ

ବରଗଡ଼: ଜଣେ ଯୁବକକୁ ବାଇକ ଚୋରି ଅଭିଯୋଗ ନେଇ ପିଟିପିଟି ମାରି ଦେବା ପରି ଏକ ଅଭାବନୀୟ ଘଟଣା ବରଗଡ଼ ଜିଲ୍ଲା ବରପାଲିରେ ଘଟିଛି।
ଘଟଣାରୁ ପ୍ରକାଶ ଯେ, ସୁବର୍ଣ୍ଣପୁର ଜିଲ୍ଲାର ଗଜବନ୍ଧ ଗ୍ରାମର ଯୋଗେଶ୍ୱର ମେହେର (୨୨) ରବିବାର ବାଇକ ଯୋଗେ ରାମପୁର ପଟୁ ଆସୁଥିବା ବେଳେ କେତେକ ଯୁବକ ସଂଘବଦ୍ଧ ଭାବରେ ତାଙ୍କୁ ବାଡି, ଗୋଇଠା ବିଧା ମାରି ଲହୁଲୁହାଣ କରି ଦେବା ପରେ ଛ‌ାଡ଼ି ଚାଲିଯାଇଥି‌ଲେ। ପରେ ବରପାଲି ଥାନା ପୁଲିସ ଖବର ପାଇ ବଳିଟିକ୍ରା ନିକଟରୁ ଗୁରୁତର ଅବସ୍ଥାରେ ଯୋଗେଶ୍ୱରଙ୍କୁ ବରପାଲି ସରକାରୀ ଡାକ୍ତରଖାନାକୁ ଆଣି ଭର୍ତ୍ତି କରିଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଯୋଗେଶ୍ୱରଙ୍କ ମୃତ୍ୟୁ ହୋଇଯାଇଛି।

Comments are closed.