ମଇଦାନକୁ ଓହ୍ଲାଇଲେ ବର୍ଷା ଅଞ୍ଚଳରେ ଉନ୍ନତି କରିବାକୁ ଦେଲେ ପ୍ରତିଶୃତି

ବରଗଡ଼, ୧୬/୧୧ : ପ୍ରଥମ ପବ୍ଲିକ ମିଟିଂକୁ ଓହ୍ଲାଇଲେ ବର୍ଷା। ପଦ୍ମପୁର ବ୍ଲକର ୨ ନମ୍ଵର ଜୋନ ଧୁବଳାବହାଲ ସମାବେଶ ଜରିଆରେ ବିଜେଡି ପ୍ରର୍ଥୀନୀ ବର୍ଷାରାଣୀ ମଇଦାନକୁ ଓହ୍ଲାଇଛନ୍ତି। ଅଞ୍ଚଳର ଉନ୍ନତିକୁ ପ୍ରାଥମିକତା ଦେବା ପାଇଁ ଏହି ଜନସମାବେଶରେ ଲୋକଙ୍କୁ ପ୍ରତିଶୃତି ଦେଇଛନ୍ତି।

ଏହି ସଭାରେ ବରିଷ୍ଠ ବିଜେଡି ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ ସ୍ଵର୍ଗତ ବିଜୟ ବରିହlଙ୍କ ସ୍ମୃତିଚାରଣ କରିଛନ୍ତି। ସେ କହିଛନ୍ତି ଯେ, ଯୁବ ପିଢ଼ିଙ୍କ ସ୍ୱାର୍ଥ ସୁରକ୍ଷl ପାଇଁ ବିଜୁ ବାବୁ ଯେଭଳି ବିଜୟ ବରିହାଙ୍କୁ ପଠାଇଥିଲେ, ସେହିଭଳି ନବୀନ ବାବୁ ପଦ୍ମପୁରକୁ ବର୍ଷlଙ୍କୁ ପଠାଇଛନ୍ତି। ଏଣୁ ତାଙ୍କ ପାଇଁ ଆଜି ପଦ୍ମପୁର ଉଠିଆସିଛି ବୋଲି ପ୍ରକାଶ କରି ସମସ୍ତଙ୍କ ସମର୍ଥନ ଲୋଡ଼ିଛନ୍ତି।

ସେହିପରି ପାଇକମାଲ ବ୍ଳକ ଜୋନ ୩ ବାଦୀକଣ୍ଟାରେ ଆୟୋଜିତ ସଭାରେ ତାଙ୍କୁ ବିପୁଳ ପରିମାଣର ସମର୍ଥନ ମିଳିଛି । ଏହି ଅବସରରେ ମନ୍ତ୍ରୀ ନବ ଦାସ, ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ସୁଶାନ୍ତ ସିଂ, ବିଧାୟକ କ୍ୟାବିନେଟ ଦିବ୍ୟଶଙ୍କର ମିଶ୍ର, ବିଧାୟକ ଦେବେଶ ଆଚାର୍ଯ୍ୟ, ସଞ୍ଚିତ ମହାନ୍ତି, ବିଧାୟକ ରୁଦ୍ର ମହାରଥୀ ପ୍ରମୁଖ ଉପସ୍ଥିତ ରହି ବିଜେଡି ସପକ୍ଷରେ ଉଦ୍‌ବୋଧନ ଦେଇଛନ୍ତି।

Comments are closed.