ବିଧାୟିକାଙ୍କ ଦ୍ବାରା ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ

ଝାରସୁଗୁଡ଼ା: ଆଜି ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତିଙ୍କ ଦ୍ବାରା ଲଖନପୁର ବ୍ଲକରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ଯାସ ଓ ଉଦଘାଟନ ହୋଇଯାଇଛି।

ଲଖନପୁର ବ୍ଲକ ଅତାବିରା ଗ୍ରାମପଞ୍ଚାୟତ ଗିରଲପାଲି ଗ୍ରାମ ମିଶନ ଶକ୍ତି ଗୃହ ଉଦଘାଟନ ( ଅଟକଳ ରାଶି 6 ଲକ୍ଷ) , ଭୁନ୍ଦୁପାଲି ଗ୍ରାମର ଗୋଷ୍ଠୀ ଗୃହର ଭିତ୍ତିପ୍ରସ୍ତର ସ୍ଥାପନ( ଅଟକଳ ରାଶି 7 ଲକ୍ଷ), କଟାପାଲି ଗ୍ରାମରେ ମିଶନ ଶକ୍ତି ଗୃହ ଉଦ୍ଦଘାଟନ ( ଅଟକଳ ରାଶି 4.5 ଲକ୍ଷ) , କୁମର ଗ୍ରାମରେ ରାସ୍ତା କଂକ୍ରିଟ ରୋଡ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ( ଅଟକଳ ରାଶି 7 ଲକ୍ଷ), ମଚିଦା ଗ୍ରାମପଞ୍ଚାୟତ ଟେଙ୍ଗନାମାଲ ଗ୍ରାମର ଗୋଷ୍ଠୀ କେନ୍ଦ୍ର ଗୃହ ଉଦଘାଟନ ଓ ଖୋଲା ମଣ୍ଡପର ଭିତ୍ତିପ୍ରସ୍ତର ସ୍ଥାପନ ( ଅଟକଳ ରାଶି 5 ଲକ୍ଷ) କରିଛନ୍ତିl ଏହି ଅବସରରେ ତାଙ୍କ ସହିତ ସମ୍ମାନିତ ଅତିଥି ଭାବେ ଲଖନପୁର ବ୍ଲକ ଜୋନ ଜିଲ୍ଲା ପରିଷଦ ସଭ୍ୟ ସନତ ସିଂହ, ଝାରସୁଗୁଡା ଜିଲ୍ଲା ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ବିଶ୍ଵନାଥ ନାୟକ, ଅତାବିରା ଗ୍ରାମପଞ୍ଚାୟତ ସରପଞ୍ଚ ସଂଜିତ ପ୍ରଧାନ, ସ୍ଥାନୀୟ ସରପଞ୍ଚ ସଂଯୁକ୍ତା ବେହେରା, ପଞ୍ଚଗାଁ ସମିତି ସଭ୍ୟ ରୋହିତ ଧୁରୁଆ, ଲଖନପୁର ବ୍ଲକ ବିଜୁ ଜନତା ଦଳର ସାଧାରଣ ସମ୍ପାଦକ ନରେନ୍ଦ୍ର ଗର୍ତିଆ, ଲଖନପୁର ବ୍ଲକ ବିଜୁ ଯୁବ ଜନତା ଦଳର ସଭାପତି ନରେଶ ଖମାରୀ, ଅତାବିରା ଗ୍ରାମପଞ୍ଚାୟତ ସମତି ସଭ୍ୟ ପତିନିଧି ଚୈତନ୍ୟ ଖମାରୀ, ବିଜୁ ଜନତା ଦଳର ବରିଷ୍ଠ ନେତା ଶେଷଦେବ ସାହୁ, ସରୋଜ କୁମାର, ପିଣ୍ଟୁ ସାହୁ ସହିତ ଅନେକ ବିଜୁ ଜନତା ଦଳର କାର୍ଯ୍ୟ କର୍ତ୍ତା ଓ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ।

Comments are closed.