ସମ୍ବଲପୁର ଜିଲ୍ଲାର ପ୍ରଧାନଶିକ୍ଷକ ସମ୍ମିଳନୀ ଉଦଯାପିତ 

ସମ୍ବଲପୁର: ଆଜି ସ୍ଥାନୀୟ ଚନ୍ଦ୍ରଶେଖର ବେହେରା ଜିଲ୍ଲା ସ୍କୁଲର ମନମୋହନ ପଟ୍ଟନାୟକ ସଭାକକ୍ଷରେ ଜିଲ୍ଲା ସ୍ତରୀୟ ପ୍ରଧାନଶିକ୍ଷକ ସମ୍ମିଳନୀ ଉଦଯାପିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ମୀନାରାଣୀ ମଙ୍ଗଳଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉଦଯାପନ ଉତ୍ସବରେ ମୁଖ୍ୟଅତିଥି ଭାବରେ ଗଙ୍ଗାଧର ମେହେର ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଡ଼ଃ ଏନ୍.ନାଗରାଜୁ ଯୋଗଦାନ କରିଥିବା ବେଳେ ଅନ୍ୟତମ ଅତିଥି ଭାବରେ ସମ୍ବଲପୁର ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଅଜମ୍ବର ମହାନ୍ତି ଯୋଗଦାନ କରିଥିଲେ। ଶ୍ରୀ ମହାନ୍ତି ତାଙ୍କ ବକ୍ତବ୍ୟରେ ଉତ୍ତମ ଛାତ୍ର ଗଠନରେ ଶିକ୍ଷକମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଶିକ୍ଷା ରୂପକ ଗଙ୍ଗା ପ୍ରବାହରେ ଶିକ୍ଷକମାନେ ଭାଗିରଥ ସଦୃଶ ବୋଲି ମତପୋଷଣ କରିଥିଲେ। ମୁଖ୍ୟ ଅତିଥି ପ୍ରଫେସର ନାଗରାଜୁ ଶିକ୍ଷକସମାଜ ଛାତ୍ରଛାତ୍ରୀମାନଙ୍କର ଆଦର୍ଶ ଅଟନ୍ତି ଏବଂ ସେମାନଙ୍କ ଚାରିତ୍ରିକ ଗଠନରେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଯଥେଷ୍ଟ ଅବଦାନ ରହିଥାଏ। ଅନ୍ୟତମ ଅତିଥି ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ବିକାଶ ଚନ୍ଦ୍ର ପ୍ରଧାନ ତାଙ୍କ ବକ୍ତବ୍ୟରେ ପ୍ରଧାନଶିକ୍ଷକ ସମସ୍ତଙ୍କ ସହିତ ସୁସମ୍ପର୍କ ରକ୍ଷା କରିବା ସହିତ ମିଳିତ ନେତୃତ୍ବରେ ବିଦ୍ୟାଳୟ ପରିଚାଳନା କରିବାକୁ ଆହ୍ବାନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଜୟଶ୍ରୀ ଦୋରା ଓ ମୂରଲୀଧର ବେହେରା ମଞ୍ଚାସୀନ ଥିଲେ। ଆଜି ଦ୍ବିତୀୟ ଦିବସରେ ସର୍ବପ୍ରଥମେ ପ୍ରଫେସର ସେବକ ତ୍ରିପାଠୀ,ବିଦ୍ୟାଳୟ ପରିଚାଳନା କ୍ଷେତ୍ରରେ ପ୍ରଧାନ ଶିକ୍ଷକମାନଙ୍କ ଭୂମିକା ଓ ଦାୟିତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ। ଏହାପରେ ବୋର୍ଡ଼ ଉପସଭାପତି ନୀହାର ରଞ୍ଜନ ମହାନ୍ତି, ନୂତନ ଭାବେ ପ୍ରଚଳିତ ହେବାକୁ ଥିବା New scheme of assessment and Aspirational components ଉପରେ ଆଭାସି ମାଧ୍ୟମରେ ଆଲୋକପାତ କରିଥିଲେ। ତୃତୀୟ ଅଧିବେଶନରେ ନୂତନ ଶିକ୍ଷାନୀତି ଆଧାରେ ଏକବିଂଶ ଶତାବ୍ଦୀରେ ଦକ୍ଷତା ଅଭିବୃଦ୍ଧି ଉପରେ ଜିଲ୍ଲା ଶିକ୍ଷା ଶିକ୍ଷଣ ପ୍ରତିଷ୍ଠାନର ଶିକ୍ଷା ପ୍ରଶିକ୍ଷକ ସିପ୍ରା ପ୍ରଧାନ ଓ ଆଜାଦ୍ ଶେଖର ପ୍ରଧାନ ଆଲୋଚନା କରିଥିଲେ ଏବଂ ପରିଶେଷରେ ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ବିକାଶ ଚନ୍ଦ୍ର ପ୍ରଧାନ ପ୍ରଧାନଶିକ୍ଷକ ସମ୍ମିଳନୀରେ ଆଲୋଚିତ ସମସ୍ତ ବିଷୟବସ୍ତୁ ଉପରେ ବସ୍ତୁନିଷ୍ଠ ସମ୍ୟକ୍ ଧାରଣା ପ୍ରଦାନ କରିଥିଲେ। ଏହି ଅବସରରେ ଗତ ମେଟ୍ରିକୁଲେସନ୍ ପରୀକ୍ଷାରେ ଶତପ୍ରତିଶତ ପିଲା ଉତ୍ତୀର୍ଣ୍ଣ ହୋଇଥିବା ଏବଂ ଏ ୧ ପାଇଥିବା ସମସ୍ତ ବିଦ୍ୟାଳୟମାନଙ୍କୁ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା।ପରିଶେଷରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମୂରଲୀଧର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ମଞ୍ଚ ପରିଚାଳନା କରିଥିଲେ ସତ୍ୟନାରାୟଣ ସାହୁ ଏବଂ ସନ୍ଧ୍ୟାରାଣୀ ପୃଷ୍ଟି।କାର୍ଯ୍ୟକ୍ରମ ପରିଚାଳନାରେ ଶାରୀରିକ ଶିକ୍ଷା ନିରୀକ୍ଷକ ଜଗବନ୍ଧୁ ବେହେରା, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ପାର୍ଥସାରଥୀ ପ୍ରଧାନ, ପ୍ରୋଗ୍ରାମର ରବିନାରାୟଣ ସାହୁ, ଚନ୍ଦ୍ର ଶେଖର ବେହେରା ଜିଲ୍ଲା ସ୍କୁଲର ପ୍ରଧାନଶିକ୍ଷକ ସୌରେନ୍ କୁମାର ପ୍ରଧାନ ତଥା ତାଙ୍କ ସମସ୍ତ ସହକର୍ମବୃନ୍ଦ, ପ୍ରଧାନଶିକ୍ଷୟିତ୍ରୀ ଦୀପାଳୀ ଚୌଧୁରୀ,ସୁମିତା ପତ୍ରୀ,ରାକ୍ଷୀ ମହାପାତ୍ର,ପ୍ରଧାନଶିକ୍ଷକ କୁଳଧର ପ୍ରଧାନ, ଶିକ୍ଷକ ହରି ନାରାୟଣ ପଣ୍ଡା, ଡଃ ଗୌରୀଦାସ ପ୍ରଧାନ,ମାଧୁରିମା ପାଣିଗ୍ରାହୀ, ଲକ୍ଷ୍ମଣ ନାଥ, ଚିତ୍ତରଞ୍ଜନ ପଣ୍ଡା,ପି ସୁଧାଂଶୁ,ଆନନ୍ଦ ଡନ୍ସନା, ଆଲୋକ କୁମାର ଜ୍ଯୋତିଷୀ , ବନବାସ ପ୍ରଧାନ, ନିରଞ୍ଜନ ସିଟ୍, ଅବିନାଶ ସାହୁ,ସନ୍ଦିପ୍ ସାହୁ ତଥା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ। ଏବଂ ସମଗ୍ର ଶିକ୍ଷା କାର୍ଯ୍ୟାଳୟର କର୍ମଚାରୀମାନେ ସହଯୋଗ କରିଥିଲେ।

Comments are closed.