ପଦ୍ମପୁର ଦେଇ ବରଗଡ଼ରୁ ନୂଆପଡ଼ାକୁ ନୂଆ ରେଳ ଲାଇନ ପାଇଁ କେନ୍ଦ୍ର ମନ୍ତ୍ରୀଙ୍କୁ ଚିଠି ଲେଖିଲେ ମନ୍ତ୍ରୀ ଟୁକୁନି ସାହୁ

ଭୁବନେଶ୍ୱର – ପଦ୍ମପୁର ଦେଇ ବରଗଡ଼ରୁ ନୂଆପଡ଼ାକୁ ନୂଆ ରେଳ ଲାଇନ କରିବା ପାଇଁ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଚିଠି ଲେଖିଛନ୍ତି ପରିବହନ ମନ୍ତ୍ରୀ ଟୁକୁନି ସାହୁ । ପ୍ରକଳ୍ପ ମଂଜୁରି ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୨୦୧୮ରେ କହିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ମନ୍ତ୍ରୀ ଟୁକୁନି ସାହୁ । ପ୍ରୋଜେକ୍ଟ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଅନୁରୋଧ କରିଥିବା ସେ ଚିଠିରେ ଦର୍ଶାଇଛନ୍ତି। ୨୦୧୯ରେ ପ୍ରସ୍ତାବିତ ପ୍ରକଳ୍ପ ମଞ୍ଜୁର ପାଇଁ ରେଳବାଇ କ’ଣ କହିଥିଲା, ସେ ବାବଦରେ ମଧ୍ୟ ମନ୍ତ୍ରୀ ଲେଖିଛନ୍ତି । ମୁଖ୍ୟମନ୍ତ୍ରୀ ଜମି ଯୋଗାଇବା ପାଇଁ ପ୍ରତିଶ୍ରୁତି ସହ ୩୦୦ କୋଟି ମଞ୍ଜୁର କରିଥିବାରୁ ପ୍ରକଳ୍ପ ମଞ୍ଜୁର ନେଇ ମନ୍ତ୍ରାଳୟ ପୁନଃବିଚାର କରୁ ବୋଲି ମନ୍ତ୍ରୀ ଟୁକୁନି ସାହୁ ଦର୍ଶାଇଛନ୍ତି ।

Comments are closed.