ରାଜଧାନୀରେ ପାର୍କିଂ ଓ ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ବିଏମସିର ବଡ଼ ପଦକ୍ଷେପ

ଭୁବନେଶ୍ୱର – ପାର୍କିଂ ଓ ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ଭୁବନେଶ୍ୱର ମହାନଗର ନିଗମ- ବିଏମସିର ବଡ଼ ନିଷ୍ପତ୍ତି । ଅନୁମୋଦିତ ପ୍ଲାନକୁ ଖିଲାପ କରି କୋଠା ନିର୍ମାଣ ହୋଇଥିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ମାସକ ମଧ୍ୟରେ ଖିଲାପୀଙ୍କୁ ସୁଧାରିବା ପାଇଁ ମହଲତ ଦେଇଛି ଭୁବନେଶ୍ୱର ମହାନଗର ନିଗମ । ପାର୍କିଂ ସ୍ଥଳକୁ କେହି ଅନ୍ୟ କାର୍ଯ୍ୟରେ ବ୍ୟବହାର କରିପାରିବେ ନାହିଁ । କୋଠା ହେଉ କି ଆପାର୍ଟମେଣ୍ଟ, ଅଥବା ବ୍ୟବସାୟିକ ପ୍ରତିଷ୍ଠାନ ସମସ୍ତଙ୍କ ପାଇଁ ନିୟମ କଡ଼ାକଡ଼ି ହେବ । ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି । ପାର୍କିଂସ୍ଥଳ ସହିତ ଓପନ ସ୍ପେସ୍‌ ପାଇଁ ମଧ୍ୟ ଲାଗୁ ଏହି ନିୟମ ହେବ ।

Comments are closed.