ଅଭିଯୋଗ ପରେ ଏଏସଓ ପରୀକ୍ଷା ନେଇ ମୁହଁ ଖୋଲିଲେ ଓପିଏସସି ଅଧ୍ୟକ୍ଷ

ଭୁବନେଶ୍ୱର – ଏଏସଓ ପରୀକ୍ଷାରେ ଅନିୟମିତତା ଅଭିଯୋଗ ପରେ ସ୍ପଷ୍ଟୀକରଣ ରଖିଛନ୍ତି ଓଡ଼ିଶା ଲୋକସେବା ଆୟୋଗ ଅଧ୍ୟକ୍ଷ ସତ୍ୟଜିତ ମହାନ୍ତି । ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ଅତ୍ୟନ୍ତ ସ୍ୱଚ୍ଛତାର ସହ ଏଏସଓ ପରୀକ୍ଷା ହୋଇଛି । ଫାଇନାଲ ରେଜଲ୍ଟ ପରେ ମାର୍କସିଟ୍, ଆନ୍ସର ସିଟ ଅପଲୋଡ୍ କରାଯିବ । ହାଇକୋର୍ଟ ନିର୍ଦ୍ଦେଶ ଅନୁସାରେ ୨୦୧୬ ନିୟମାନୁସାରେ ମାର୍କସିଟ ଓ ଆନ୍ସର ସିଟ୍ ଅପଲୋଡ କରାଯିବ ବୋଲି ଓପିଏସସି ଅଧ୍ୟକ୍ଷ କହିଛନ୍ତି।

Comments are closed.