ଗଞ୍ଜାମ: ଚିକିଟିରେ ଅଟୋ ଓଲଟି ୧୦ ମାଟ୍ରିକ୍ ପରୀକ୍ଷାର୍ଥୀ ଆହତ

ବ୍ରହ୍ମପୁର: ଭାରସାମ୍ୟ ହରାଇ ଅଟୋ ଓଲଟି ପଡ଼ିବାରୁ ଆହତ ହୋଇଛନ୍ତି ୧୦ ମାଟ୍ରିକ୍ ପରୀକ୍ଷାର୍ଥୀ। ସମ୍ମେଟିଭ୍- ୧ ପରୀକ୍ଷା ଆରମ୍ଭ ହେବାର ପ୍ରଥମ ଦିନ ବୁଧବାର ଅପରାହ୍ନରେ ଏଭଳି ଦୁର୍ଘଟଣା ଘଟିଛି। ଆହତ ହୋଇଛନ୍ତି ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ ଧାନଘର ହାଇସ୍କୁଲର ୧୦ ଜଣ ଛାତ୍ରଛାତ୍ରୀ। ସେମାନଙ୍କ ମଧ୍ୟରୁ ତିନି ଜଣ କେ.ସୁଶାନ୍ତ, କେ.ହରିଶ ଓ କେ.ରାଜେଶଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନେ ସମସ୍ତେ କଳବାଡ଼ ପଞ୍ଚାୟତର ବାରାହୀ ବିଦ୍ୟାପୀଠର ଛାତ୍ରଛାତ୍ରୀ। ଧାନଘର ହାଇସ୍କୁଲ କେନ୍ଦ୍ରରୁ ପରୀକ୍ଷା ଦେଇ ଫେରୁଥିବା ସମୟରେ ଅଟୋଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ସ୍ଥାନୀୟ ଲୋକଙ୍କ ସହଯୋଗରେ ସମସ୍ତ ଛାତ୍ରଛାତ୍ରୀଙ୍କୁ ପ୍ରଥମେ ଚିକିଟିଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

Comments are closed.