ବୌଦ୍ଧରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ, ଅଳ୍ପକେ ବର୍ତ୍ତିଗଲେ ୫୦ରୁ ଅଧିକ ବନକର୍ମଚାରୀ

ବୌଦ୍ଧ : ବୌଦ୍ଧ ଜିଲ୍ଲା ଲକଡ଼ପାଯୁ ଜଙ୍ଗଲରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ । ଯେଉଁଥିରେ ୫୦ରୁ ଅଧିକ ବନକର୍ମଚାରୀ ଅଳ୍ପକେ ବର୍ତ୍ତିଯାଇଛନ୍ତି । ବନବିଭାଗ ଗାଡି ଉଡାଇବା ପାଇଁ ଖଞ୍ଜା ହୋଇଥିଲା ଲ୍ୟାଣ୍ଡମାଇନ୍।

ଖବର ଅନୁଯାୟୀ, ବୌଦ୍ଧ ଜିଲ୍ଲା ଲକଡ଼ପାଯୁ ଜଙ୍ଗଲରେ ଗଞ୍ଜେଇ ଗଛ ନଷ୍ଟ କରିବା ପାଇଁ ବନକର୍ମଚାରୀ ଯାଇଥିଲେ। ଏହି ସମୟରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଛି । ତେବେ ୫୦ ଜଣ ବନ କର୍ମଚାରୀ ଓ ସୁରକ୍ଷାକର୍ମୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ବନ ବିଭାଗ ଗାଡି ଉଡାଇବା ପାଇଁ ଏହି ଲ୍ୟାଣ୍ଡମାଇନ୍ ଖଞ୍ଜା ହୋଇଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରୁ ବିସ୍ପୋରକ ସାମଗ୍ରୀ ଓ କିଛି ତାର ଜବତ ହୋଇଛି।

Comments are closed.