ଜଙ୍କିଆ ନିକଟରେ ଟ୍ରକ ସହ ପିଟିହେଲା କାର୍, ୪ ମୃତ

ଖୋର୍ଦ୍ଧା – ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ବଡ଼ପୋଖରିଆ ନିକଟରେ ଆଜି ଭୋରରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌ ସହ ଦ୍ରୁତ ଗତିରେ ଆସୁଥିବା ଏକ କାର୍‌ ପିଟି ହୋଇଯିବା ଯୋଗୁଁ ଘଟଣାସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୨ ଯୁବକ ଓ ୨ ଯୁବତୀ ଅଛନ୍ତି। କାର୍‌ଟି ଆନ୍ଧ୍ରରୁ ଆସୁଥିଲା ।

ଏକ ଟ୍ରକ୍‌ ଖରାପ ହୋଇ ଯାଇଥିବାରୁ ଜାତୀୟ ରାଜପଥ -୧୬ର ବଡ଼ପୋଖରିଆ ନିକଟରେ ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିଲା। କୁହୁଡ଼ି ମଧ୍ୟରେ ଆନ୍ଧ୍ର ଦ୍ରୁତ ଗତିରେ ଆସୁଥିବା କାର୍‌ଟି ଟ୍ରକ୍‌ ପଛ ପଟେ ପିଟି ହୋଇ ଯାଇଥିଲା।

Comments are closed.