ପରପାରିରେ ପ୍ରଫେସର ସୁଦର୍ଶନ ଆଚାର୍ଯ୍ୟ

ବ୍ରହ୍ମପୁର – ଓଡ଼ିଆ ସାହିତ୍ୟ ଜଗତରେ ଗୋଟିଏ ଯୁଗର ଅବସାନ । ଲବ୍ଧ ପ୍ରତିଷ୍ଠିତ ସାହିତ୍ୟିକ ତଥା ସମାଲୋଚକ ପ୍ରଫେସର ସୁଦର୍ଶନ ଆଚାର୍ଯ୍ୟ ଆଉ ନାହାନ୍ତି । ଆଜି ସକାଳ ୧୦ଟାରେ ଆଖି ବୁଜିଛନ୍ତି ପ୍ରଫେସର ଆଚାର୍ଯ୍ୟ। ପ୍ରାଚୀନ, ମଧ୍ୟ ଯୁଗୀୟ ଓଡ଼ିଆ ସମାଲୋଚନା ସାହିତ୍ୟରେ ପ୍ରଫେସର ଆଚାର୍ଯ୍ୟ ଥିଲେ ଅଗ୍ରଣୀ ଯୁଗ ପୁରୁଷ । କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ପ୍ରଫେସର ଆଚାର୍ଯ୍ୟ ନିଜର ଅନେକ କୃତି ଦ୍ୱାରା ଓଡ଼ିଆ ସାହିତ୍ୟକୁ ରୁଦ୍ଧିମନ୍ତ କରିଛନ୍ତି । ୨୭ଟି ପୁସ୍ତକ ରଚନା କରିଥିଲେ ପ୍ରଫେସର ସୁଦର୍ଶନ ଆଚାର୍ଯ୍ୟ। ୨୦୦୬ରେ ସେ ଅତିବଡୀ ଜଗନ୍ନାଥ ଦାସ ପୁରସ୍କାର ମଧ୍ୟ ପାଇଥିଲେ ପ୍ରଫେସର ଆଚାର୍ଯ୍ୟ । ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ଓଡ଼ିଆ ଭାଷା ସାହିତ୍ୟ ବିଭାଗରେ ସେ ବିଭାଗୀୟ ମୁଖ୍ୟ ବି ରହିଥିଲେ । ତାଙ୍କ ବିୟୋଗ ସାହିତ୍ୟ ଜଗତ ପ୍ରତି ଏକ ଅପୂରଣୀୟ କ୍ଷତି। ପ୍ରଫେସର ଆଚାର୍ଯ୍ୟଙ୍କ ବିୟୋଗରେ ଶୋକର ଛାୟା ଖେଳିଯାଇଛି ।

Comments are closed.