ଓଡ଼ିଶାର ବିକାଶ ପାଇଁ ନବୀନଙ୍କ ଦୂରଦୃଷ୍ଟିକୁ ପ୍ରଶଂସା କଲେ ପ୍ରମୁଖ ଶିଳ୍ପପତି

ଭୁବନେଶ୍ୱର – ‘ମେକ୍ ଇନ ଓଡ଼ିଶା କନକ୍ଲେଭ୍-୨୦୨୨’ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦୁଇ ପ୍ରମୁଖ ଶିଳ୍ପପତି ପ୍ରଶଂସା କରିଛନ୍ତି । ଆର୍ସେଲର ମିତ୍ତଲର ଅଧ୍ୟକ୍ଷ ଏଲ. ଏନ. ମିତ୍ତଲ କହିଛନ୍ତି, ବିଜୁ ବାବୁଙ୍କୁ ସେ ଆଗରୁ ଜାଣିଥିଲେ । ଇଣ୍ଡୋନେସିଆରେ ୧୯୭୮ରେ ବିଜୁ ବାବୁ ତାଙ୍କ ପ୍ଲାଣ୍ଟର ଉଦଘାଟନ କରିଥିଲେ। ଆଜି ସେ ତାଙ୍କ ଯୋଗ୍ୟ ପୁଅଙ୍କ ସହ ଏଠି ଗୋଟିଏ ମଞ୍ଚରେ ବସିଛନ୍ତି ବୋଲି ମିତ୍ତଲ କହିଛନ୍ତି । ୨୦୨୧ରେ ନବୀନଙ୍କ ସହ ମାତ୍ର ୨ ଘଣ୍ଟାର ଆଲୋଚନା ଭିତରେ ସେ ଏମ୍ଓୟୁ ସ୍ବାକ୍ଷର କରିଥିଲେ ବୋଲି ମିତ୍ତଲ କହିଥିଲେ ।

ବେଦାନ୍ତ ରିସୋର୍ସସର ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ କହିଛନ୍ତି ଯେ, ବିଜୁ ବାବୁଙ୍କ ଲିଗାସିରେ ନବୀନ ବାବୁ ଯାହା କରିଛନ୍ତି ତାହା କେହି କରି ପାରିନଥାନ୍ତେ। ମିସନ ଶକ୍ତିକୁ ନେଇ ଚାରିଆଡ଼େ ଚର୍ଚ୍ଚା ହେଉଛି। ଚୀନରେ ଯେଉଁମାନେ ପ୍ରକଳ୍ପ ସବୁ ନିବେଶ କରିଥିଲେ ସେମାନେ ଭାରତରେ ନିବେଶ କରୁଛନ୍ତି ଏବଂ ତାପରେ ଓଡ଼ିଶାରେ ନିବେଶ କରୁଛନ୍ତି। ଖେଳରେ ଓଡ଼ିଶା ଆଜି ସବୁଠୁ ଆଗରେ । ଗୀତ, ନାଚ, ଡ୍ରାମା ଯାହା ବି କୁହନ୍ତୁ ସବୁଥିରେ ଓଡ଼ିଶା ଆଗୁଆ। ମୋବାଇଲ ଆଉ ଲାପଟପର ବେଶ୍ ଆବଶ୍ୟକ ଅଛି। ତେଣୁ ଯଦି ତାହା ୫ରୁ ୭ ହଜାର ଟଙ୍କାରେ ମିଳେ, ତେବେ ପିଲାମାନେ ଉପକୃତ ହେବେ। ତେଣୁ ସେଥିପାଇଁ ଚେଷ୍ଟା ଚାଲିଛି। କଳାହାଣ୍ଡି ଆଜି ଭାତହାଣ୍ଡି ହୋଇପାରିଛି। ୮୦ ହଜାର କୋଟି ଟଙ୍କାର ପୁଞ୍ଜି ବିନିଯୋଗ କରିଛି। ଆଗକୁ ଆସି ପ୍ରକଳ୍ପ ପାଇଁ ପୁଞ୍ଜି ବିନିଯୋଗ କରନ୍ତୁ ବୋଲି ଅନୀଲ ଅଗ୍ରୱାଲ କହିଛନ୍ତି।

Comments are closed.