କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ମାଡ଼ ମାରିବା ପାଇଁ ଟିଭି ରିପୋର୍ଟରଙ୍କୁ ଉସୁକାଇଥିବା ଅଭିଯୋଗ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିକଲା ବିଜେଡି

ଭୁବନେଶ୍ୱର – କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ମାଡ଼ ମାରିବା ପାଇଁ ଜଣେ ଟିଭି ନ୍ୟୁଜ ଚ୍ୟାନେଲ ରିପୋର୍ଟରଙ୍କୁ ଉସୁକାଇଥିବା ଅଭିଯୋଗ କରି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେଡି । ଏ ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଚିଠି ଲେଖିଛି ବିଜେଡି । ଗତମାସ ୨୯ ତାରିଖରେ ପଦମପୁରରେ ନିର୍ବାଚନ ପ୍ରଚାର ବେଳେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେଡି ପାଇଁ ପ୍ରଚାର କରୁଥିବା ରାଜ୍ୟ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ପିଟିବା ପାଇଁ ଜଣକୁ ଉସୁକାଉଥିବା ନେଇ ସୋସିଆଲ ମିଡିଆରେ ଏକ ଭିଡିଓରୁ ଜଣାପଡ଼ିଥିବା ବିଜେଡି ଚିଠିରେ ଉଲ୍ଲେଖ କରିଛି ।

କେନ୍ଦ୍ରମନ୍ତ୍ରୀ ରାଜା ସ୍ୱାଇଁଙ୍କ ନାଁ ନେଇଥିଲେ । ରାଜ୍ୟ କୃଷି ମନ୍ତ୍ରୀ ନିଜ ଡାକ ନାଁ ରାଜା ସ୍ୱାଇଁରେ ନାମରେ ଲୋକପ୍ରିୟ। ସେତେବେଳେ ରାଜା ସ୍ୱାଇଁ ବିଜେଡି ପ୍ରାର୍ଥୀ ପାଇଁ ପ୍ରଚାର କରୁଥିଲେ। କେନ୍ଦ୍ର ମନ୍ତ୍ରୀ ଅର୍ଗସ ଟିଭିର ରିପୋର୍ଟର ଶତରୂପା ସାମନ୍ତରାୟଙ୍କୁ ରାଜା ସ୍ୱାଇଁଙ୍କୁ ମାଡ଼ ମାରିବା ପାଇଁ ଉସୁକାଇଥିବା କିଛି ଲୋକ ସୂଚନା ଦେଇଥିବା ବିଜେଡି ପକ୍ଷରୁ ଚିଠିରେ ଦର୍ଶାଯାଇଛି । ଏ ନେଇ ସଂପୃକ୍ତ ଭିଡିଓର ଏକ ପେନ୍ ଡ୍ରାଇଭ୍ ବି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଦିଆଯାଇଛି।

Comments are closed.