ପଦ୍ମପୁର ଉପନିର୍ବାଚନ ପାଇଁ କାଲି ପ୍ରଚାର କରିବେ ବିଜେଡି ସୁପ୍ରିମୋ

ଭୁବନେଶ୍ୱର – ପଦ୍ମପୁର ଉପନିର୍ବାଚନ ପାଇଁ ସବୁ ଦଳର ପ୍ରଚାର ସରଗରମ ହୋଇଥିବା ବେଳେ ଶୁକ୍ରବାର ବିଜେଡି ପ୍ରାର୍ଥୀଙ୍କ ପାଇଁ ମଇଦାନକୁ ଓହ୍ଲାଇବେ ଦଳର ଏକ ନମ୍ବର ତାରକା ପ୍ରଚାରକ ତଥା ସୁପ୍ରିମୋ ନବୀନ ପଟ୍ଟନାୟକ । ଶକ୍ତି ପ୍ରଦର୍ଶନ କରିବ ବିଜେଡି । ଗୋଟିଏ ଦିନରେ ତିନି ତିନିଟି ସାଧାରଣ ସଭାକୁ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ । ପାଇକମାଲ, ଝାରବନ୍ଧ ଓ ପଦ୍ମପୁରରେ ମୁଖ୍ୟମନ୍ତ୍ରୀ ଜନସଭା କରିବା କାର୍ଯ୍ୟକ୍ରମ ରହିଛି । ଏ ନେଇ ବ୍ୟାପକ ଆୟୋଜନ କରିଛି ବିଜେଡି । ପ୍ରଥମେ ଝାରବନ୍ଧ ଓ ପରେ ପାଇକମାଲ ଏବଂ ଶେଷରେ ପଦ୍ମପୁରରେ ଜନସଭାକୁ ସମ୍ବୋଧିତ କରିବେ ନବୀନ ।

Comments are closed.