ମେକ୍ ଇନ୍ ଓଡିଶା କନକ୍ଲେଭର ପ୍ରଥମ ଦିନରେ ୧୪୫ଟି ପୁଞ୍ଜି ନିବେଶ ପ୍ରସ୍ତାବ

ଭୁବନେଶ୍ବର – ମେକ୍ ଇନ୍ ଓଡ଼ିଶା କନକ୍ଲେଭର ତୃତୀୟ ସଂସ୍କରଣର ଦ୍ବିତୀୟ ଦିନରେ ରାଜ୍ୟ ପାଇଁ ବେଶ ଭଲ ରହିଛି । ଶିଳ୍ପ ସଚିବ ହେମନ୍ତ ଶର୍ମା ସୂଚନା ଦେଇଛନ୍ତି ଯେ ସକାଳ ଜଳଖିଆରେ ମୁଖ୍ୟମନ୍ତ୍ରୀଙ୍କ ସହ ୪୦ ଜଣ ଶିଳ୍ପପତି ଓ ୪ଟି ଦେଶର ରାଷ୍ଟ୍ରଦୂତ ଯୋଗ ଦେଇଥିଲେ । ୫୪ ଜଣ ବିଶିଷ୍ଟ ଶିଳ୍ପପତି ମେକ୍ ଇନ୍ ଓଡ଼ିଶା ମଞ୍ଚରେ ବସିଥିଲେ । ଆଜି ମୋଟ ୧୩ଟି ପର୍ଯ୍ୟାୟ ଆଲୋଚନା ଅନୁଷ୍ଠିତ ହୋଇଛି ଓ ଏହି ସମ୍ମିଳନୀକୁ ୧୧ଟି ଦେଶରୁ ପ୍ରଦର୍ଶନୀ ପାଇଁ ଶିଳ୍ପଦ୍ୟୋଗୀମାନେ ଆସିଛନ୍ତି । ସମସ୍ତେ ଇଣ୍ଡଷ୍ଟ୍ରିଆଲ୍ ଏକ୍ସପୋରେ ଅଂଶଗ୍ରହଣ କରିଛନ୍ତି ।

ମେକ୍ ଇନ୍ ଓଡ଼ିଶା କନକ୍ଲେଭର ପ୍ରଥମ ଦିନରେ ମୋଟ ୧୪୫ଟି ପୁଞ୍ଜି ନିବେଶ ପ୍ରସ୍ତାବ ଆସିଛି । ପୂର୍ବରୁ ବିଭିନ୍ନ ରୋଡ଼ ସୋ’ ଜରିଆରେ ମେକ୍ ଇନ୍ ଓଡ଼ିଶା ପାଇଁ ୭୮ଟି ନିବେଶ ଆଗ୍ରହ ଆସିଥିଲା, ଯାହାକି ଆଜି ଆନୁଷ୍ଠାନିକ ଭାବେ ଗ୍ରହଣ କରାଯାଇଛି ।

Comments are closed.