ମେକ୍ ଇନ୍ ଓଡ଼ିଶା କନକ୍ଲେଭ ବେଶ୍ ସଫଳ, ୧୦ ଲକ୍ଷ ୪୮ ହଜାର ୮୦୭ କୋଟି ଟଙ୍କାର ପୁଞ୍ଜିନିବେଶ ଆଗ୍ରହ : ମୁଖ୍ୟମନ୍ତ୍ରୀ 

ଭୁବନେଶ୍ବର – ଉଦଯାପିତ ହୋଇଛି ମେକ ଇନ୍ ଓଡ଼ିଶା କନକ୍ଲେଭର ତୃତୀୟ ସଂସ୍କରଣ । ଉଦଯାପନୀ ସଂଧ୍ୟାରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ରାଜ୍ୟରେ ପୁଞ୍ଜିନିବେଶ ପାଇଁ ନିବେଶକମାନେ ଆଗ୍ରହ ପ୍ରକାଶ କରୁଛନ୍ତି। ଏଥରର କନକ୍ଲେଭ୍‌ରରେ ୧୦ ଲକ୍ଷ ୪୮ ହଜାର ୮୦୭ କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ଆଗ୍ରହ ଆସିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ୧୦ ଲକ୍ଷ ୩୭ ହଜାର ୭୦୧ ପ୍ରତ୍ୟକ୍ଷ ଓ ପରୋକ୍ଷ କର୍ମନିଯୁକ୍ତି ସୃଷ୍ଟି ହେବା ନେଇ ଆଶା କରାଯାଉଛି। ସେହିପରି ୭୪୧ଟି ପ୍ରସ୍ତାବ ଆସିଛି। ଏହି କନକ୍ଲେଭ ଉଭୟ ନିବେଶକ ଓ ରାଜ୍ୟ ପାଇଁ ‘ୱିନ ୱିନ ସିଚୁଏସନ୍’ ଆଣିବ।

ଉଦ୍‌ଯାପନୀ ଦିବସରେ ବୃହତ ଶିଳ୍ପ କ୍ଷେତ୍ରରେ ସର୍ବୋତ୍ତମ ସଂସ୍ଥା ଭାବେ ଆର୍ସେଲର ମିତ୍ତଲ ନିପନ ଷ୍ଟିଲ ଗ୍ରୁପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରସ୍କୃତ କରିଥିଲେ। ପିଏସୟୁ ଶ୍ରେଷ୍ଠ ଷ୍ଟଲ ଭାବେ ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ଼ ଏବଂ ଶ୍ରେଷ୍ଠ ଡିପାର୍ଟମେଂଟ ପାଭିଲିଅନ ବିଭାଗରେ ମିଶନ ଶକ୍ତି ଏବଂ ସ୍କିଲଡ଼ ଇନ ଓଡିଶାକୁ ପୁରସ୍କାର ଦିଆଯାଇଥିଲା। ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭରେ ଓଡ଼ିଶାର ୫୭ ଜଣ କ୍ଷୁଦ୍ର ଶିଳ୍ପଦ୍ୟୋଗୀଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା ।

Comments are closed.