ସମଲିଙ୍ଗୀ ବିବାହକୁ ଆମେରିକା ସଂସଦର ମଞ୍ଜୁରି

ଓ୍ୱାଶିଂଟନ: ଆମେରିକାରେ ସମଲିଙ୍ଗୀ ଓ ଆନ୍ତଃଜାତି ବିବାହକୁ ଆଇନଗତ ମଞ୍ଜୁରି ମିଳିଛି । ଏନେଇ ଏକ ବିଲ୍ ଆମେରିକାର ନିମ୍ନ ସଦନରେ ଗୃହୀତ ହୋଇଛି । ଖୁବ ଶୀଘ୍ର ଏହି ବିଲକୁ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଦସ୍ତଖତ ପାଇଁ ପଠାଯିବ |

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ବିଲ୍ ଗୃହରେ ୨୫୮-୧୬୯ ଭୋଟରେ ପାସ୍ ହୋଇଛି। ରିପବ୍ଲିକ ପାର୍ଟିର ୩୯ ସାଂସଦ ମଧ୍ୟ ଏହି ବିଲକୁ ସମର୍ଥନ ଜଣାଇଥିଲେ । ଗତ ସପ୍ତାହରେ ଆମେରିକାର ଉପର ସଦନ ସିନେଟ୍ ଦ୍ୱାରା ଏହି ବିଲ୍ ପାରିତ ହୋଇଥିଲା। ଏହି ବିଲ୍ ସମର୍ଥନରେ ୬୧ ଭୋଟ୍ ପଡ଼ିଥିବା ବେଳେ ଏହା ବିରୋଧରେ ୩୬ ଭୋଟ୍ ପଡ଼ିଥିଲା ।

ରାଷ୍ଟ୍ରପତି ଜୋ ବାଇଡେନ୍ ସଂସଦର ଏହି ନିଷ୍ପତ୍ତିକୁ ଐତିହାସିକ ବୋଲି କହିଛନ୍ତି ।

Comments are closed.