ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା:  ଜୀରାନଦୀ କୂଳରେ ହେବ ଓରମାସ , ପଲ୍ଲୀଶ୍ରୀ ମେଳା

ବରଗଡ: ବରଗଡ଼ ଧନୁଯାତ୍ରା ପାଇଁ ଚଳିତବର୍ଷ ଜୀରା ନଦୀ କୂଳରେ ମଧ୍ୟ ମୀନାବଜାର ସହ ଓରମାସ , ପଲ୍ଲିଶ୍ରୀ ମେଳା ତଥା ଅଟୋ ଏକ୍ସପୋ ଆଦି ଅନୁଷ୍ଠିତ ହେବ । ଏଥିପାଇଁ ନଦୀ କୂଳରେ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ସେଠାରେ ୪ ଶହରୁ ଉର୍ଦ୍ଧ୍ବ ଷ୍ଟଲ ନିର୍ମାଣ କରାଯିବ ବୋଲି ସୂଚନା ମିଳିଛି । ଏନେଇ ଧନୁଯାତ୍ରା ମହୋତ୍ସବ ସମିତିର ସଭାପତି ତଥା ଜିଲ୍ଲାପାଳ ମନିଷା ବାନାର୍ଜି ସେଠାକୁ ପହଞ୍ଚିବା ସହ ସମିତିର ଆବାହକ ସୁରେଶ୍ଵର ଶତପଥୀ , ଉପଜିଲ୍ଲାପାଳ ଲଲାଟ ଲୁହା , ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ନାରାୟଣ ଡନସେନାଙ୍କ ସହ କାର୍ଯ୍ୟର ଅଗ୍ରଗତି ସଂପର୍କରେ ଆଲୋଚନା କରିଥିଲେ ।

Comments are closed.