ଆନ୍ଦୋଳନ ବେଳେ ଭଙ୍ଗାରୁଜା ଘଟଣା : ଆଉ ତିନି ଆଇନଜୀବୀ ଗିରଫ 

ସମ୍ବଲପୁର -ହାଇକୋର୍ଟ ବେଞ୍ଚ ସ୍ଥାପନ ପାଇଁ ସମ୍ବଲପୁରରେ ହୋଇଥିବା ଆନ୍ଦୋଳନ ଓ ଭଙ୍ଗାରୁଜା ଘଟଣାରେ ୨ ମହିଳା ଆଇନଜୀବୀଙ୍କ ସମେତ ଆଉ ୩ ଜଣ ଆଇନଜୀବୀଙ୍କୁ ଗିରଫ କରାଯାଇଛି । ଏହି ତିନି ଜଣଙ୍କୁ ମିଶାଇ ଏ ଯାଏଁ ଏହି ଘଟଣାରେ ମୋଟ ୨୬ ଜଣ ଆଇନଜୀବୀଙ୍କୁ ଗିରଫ କରାଯାଇଛି। ମୋଟ ଗିରଫଦାରୀ ସଂଖ୍ୟା ୩୫କୁ ବୃଦ୍ଧି ପାଇଛି।

ସୂଚନାଯୋଗ୍ୟ ଯେ, ୫୪ ଜଣ ଓକିଲଙ୍କୁ ଛାଡ଼ି ସମ୍ବଲପୁର ବାର୍‌ର ଅନ୍ୟ ସବୁ ସଦସ୍ୟଙ୍କ ଉପରୁ ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରି ନେଇଛି ବାର୍ କାଉନ୍‌ସିଲ୍‌ ଅଫ୍ ଇଣ୍ଡିଆ। ନିଲମ୍ବନ ପ୍ରତ୍ୟାହାର ହୋଇଥିଲେ ହେଁ ଗତକାଲି ସମ୍ବଲପୁର ଓକିଲ ସଂଘର କୌଣସି ଆଇନଜୀବୀ କୋର୍ଟ କାର୍ଯ୍ୟରେ ଯୋଗ ଦେଇ ନଥିଲେ।

Comments are closed.