ହକି ବିଶ୍ୱକପ ନେଇ ସର୍ବଦଳୀୟ ବୈଠକ

ଭୁବନେଶ୍ୱର – ହକି ବିଶ୍ୱକପ ଆୟୋଜନ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡାକିଥିବା ସର୍ବଦଳୀୟ ବୈଠକରେ ପ୍ରତିଯୋଗିତାକୁ କିଭଳି ସଫଳତାର ସହ ପରିଚାଳନା କରାଯିବ ସେ ନେଇ ଆଲୋଚନା କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୈଠକରେ ସବୁ ଦଳର ନେତାଙ୍କ ସହ ଆଲୋଚନା କରିଛନ୍ତି । ଲୋକସେବା ଭବନ କନଭେନସନ ହଲ୍‌ରେ ବସିଥିଲା ସର୍ବଦଳୀୟ ବୈଠକ । ବୈଠକରେ ବିଭିନ୍ନ ଦଳର ପ୍ରତିନିଧିମାନେ ବିଶ୍ୱକପ୍ ଆୟୋଜନ ସମ୍ବନ୍ଧରେ କିଛି କିଛି ପରାମର୍ଶ ଦେଇଥିଲେ ।

ଜାନୁଆରୀ ୧୧ ତାରିଖରେ ଉଦଘାଟନୀ ଉତ୍ସବ ହେବ । କଟକ, ରାଉରକେଲା ଓ ଭୁବନେଶ୍ୱରରେ କାର୍ଯ୍ୟକ୍ରମ ହେବ । ଉଭୟ ଭୁବନେଶ୍ବର ଓ ରାଉରକେଲାରେ ଖେଳାଯିବ ହକି ବିଶ୍ବକପର ମ୍ୟାଚ୍ । ଜାନୁଆରୀ ୧୩ ତାରିଖରୁ ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି । ରାଉରକେଲା ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି ।

Comments are closed.