ଆନ୍ଦୋଳନ ବେଳେ ହିଂସା ଘଟଣାରେ ପୁଣି ସବୁ ଓକିଲଙ୍କ ଜାମିନ ନାମଞ୍ଜୁର 

ସମ୍ବଲପୁର : ସମ୍ବଲପୁରରେ ଓକିଲ ଆନ୍ଦୋଳନ ବେଳେ ଗଣ୍ଡଗୋଳ ଘଟଣାରେ ଆଜି ଅତିରିକ୍ତ ଜିଲ୍ଲା ଦୌରାଜଜ ଗିରଫ ଓକିଲଙ୍କ ସମସ୍ତ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି। ଏହାଛଡା 2 ଦିନ ତଳେ କୋର୍ଟଚାଲାଣ ହୋଇଥିବା 5 ଓକିଲଙ୍କ ଜାମିନ ଆବେଦନ ଏସଡିଜେଏମ କୋର୍ଟରେ ହୋଇଥିବା ବେଳେ ତାହା ବି ଖାରଜ ହୋଇଯାଇଥିବା ମାମଲା ପରିଚାଳନା କରୁଥିବା ଓକିଲ ଯଦୁମଣୀ ପୃଷେଠ ସୂଚନା ଦେଇଛନ୍ତି। ଏବେ ହାଇକୋର୍ଟରେ ଜାମିନ ଆବେଦନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

ଗତ 12 ତାରିଖ ଓକିଲ ଆନ୍ଦୋଳନ ବେଳେ ହୋଇଥିବା ଘଣ୍ଡଗୋଳ ଘଟଣାରେ ବର୍ତ୍ତମାନ ସୁଦ୍ଧା ସମ୍ବଲପୁର ପୁଲିସ 46 ଜଣଙ୍କୁ ଗିରଫ ସାରିସାରିଛି। ଏମାନଙ୍କ ନାମରେ 4ଟି ମାମଲା ରୁଜୁ ହୋଇଛି। ତେବେ, ଏମାନଙ୍କ ମଧ୍ୟରୁ ପୂର୍ବରୁ ଗିରଫ ହୋଇଥିବା 41 ଜଣଙ୍କ ଜାମିନକୁ ଏସଡିଜେଏମ ଖାରଜ କରି ଦେଇଥିଲେ। ଏହାପରେ ଉକ୍ତ ମାମଲା ଟି ଅତିରିକ୍ତ ଜିଲ୍ଲା ଦୌରା ଜଜଙ୍କ କୋର୍ଟଙ୍କ ସ୍ଥାନାନ୍ତର ହୋଇଥିବା ବେଳେ ଆଜି ସେଠାରେ ଜାମିନ ଆବେଦନର ଶୁଣାଣୀ ଥିଲା। ହେଲେ ମାନ୍ୟବର ଅତିରିକ୍ତ ଜିଲ୍ଲା ଦୌରା ଜଜ ଏହି 41 ଜଣଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି। ସେପଟେ, ଦୁଇଦିନ ତଳେ ଗିରଫ ହୋଇଥିବା 5 ଓକିଲଙ୍କ ଜାମିନକୁ ମଧ୍ୟ ଏସଡିଜେଏମ୍ ଖାରଜ କରି ଦେଇଛନ୍ତି। ଫଳରେ ଏବେ ପୂର୍ବରୁ ଗିରଫ 41 ଜଣଙ୍କ ଜାମିନ ପାଇଁ ହାଇକୋର୍ଟରେ ଆବେଦନ କରାଯିବ ବୋଲି ଓକିଲଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ତେବେ, ଆଜି ଠାରୁ ଆସନ୍ତା 2 ତାରିଖ ପର୍ଯ୍ୟନ୍ତ ହାଇକୋର୍ଟର ଛୁଟି ଥିବାରୁ ସେତେଦିନ ପର୍ଯ୍ୟନ୍ତ ଜାମିନ ଆବେଦନ ପାଇଁ ଅପେକ୍ଷା କରିବାକୁ ପଡିବ ବୋଲି ଜଣାପଡିଛି।

Comments are closed.