ଏମସିଡି: ଶୈଳୀ ଓବରୟ ଆପର ମେୟର ପ୍ରାର୍ଥୀ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି ଶୁକ୍ରବାର ଦିଲ୍ଲୀ ମହାନଗର ନିଗମ (ଏମସିଡି) ପାଇଁ ମେୟର ପ୍ରାର୍ଥୀ ଘୋଷଣା କରିଛି । ଶୈଳୀ ଓବରୟ ଆପର ମେୟର ପ୍ରାର୍ଥୀ ହୋଇଛନ୍ତି | ଏମସିଡି ନିର୍ବାଚନରେ ଆପର ​​ବିଜୟ ପରଠୁ ଦିଲ୍ଲୀର ନୂଆ ମେୟର କିଏ ହେବ ସେନେଇ ଚର୍ଚ୍ଚା ଜୋର ଧରିଥିଲା । ଶୁକ୍ରବାର ଅନୁଷ୍ଠିତ ଆପ୍ ପିଏସି ବୈଠକରେ ଶୈଳୀଙ୍କ ନାମ ଉପରେ ନିଷ୍ପତ୍ତି ହୋଇଛି । ଆପ୍ ବିଧାୟକ ସୋଏବ ଇକବାଲଙ୍କ ପ୍ରୁଅ ମହମ୍ମଦ ଇକବାଲ ଡେପୁଟି ମେୟର ପ୍ରାର୍ଥୀ ହେବେ

ଏମସିଡି ନିର୍ବାଚନରେ ଶୈଳୀ ଓବରୟ ୱାର୍ଡ ନମ୍ବର ୮୬ରୁ କର୍ପୋରେଟର ଭାବେ ନିର୍ବାଚିତ ହୋଇଥିଲେ |

Comments are closed.