ଭିଜିଲାନ୍ସ ଜାଲରେ ଆଉ ଜଣେ ଯନ୍ତ୍ରୀ

ଭବାନୀପାଟଣା – ଆଉ ଜଣେ ଇଞ୍ଜିନିୟର ପଡ଼ିଲେ ଭିଜିଲାନ୍ସ ଜାଲରେ । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭବାନୀପାଟଣା ମ୍ୟୁନିସିପାଲିଟି ଡେପୁଟି ଏକଜିକ୍ୟୁଟିଭ ଇଞ୍ଜିନିୟର ସମୀର ଠାକୁରଙ୍କ ବିଭିନ୍ନ ଠିକଣାରେ ଭିଜିଲାନ୍ସ ଚଢ଼ାଉ ହୋଇଛି । ଏକକାଳୀନ ୪ଟି ସ୍ଥାନରେ ଚାଲିଛି ଭିଜିଲାନ୍ସ ରେଡ୍। ଭବାନୀପାଟଣା ମ୍ୟୁନିସିପାଲିଟି ଅଫିସ, ମହାବୀରପଡ଼ା ସ୍ଥିତ ଘର, ବଜାରପଡ଼ା ବେଙ୍ଗାଲୁରୁ ବେକେରି ପାଖସ୍ଥିତ ତାଙ୍କ ଭଡ଼ାଘର ଓ ସମ୍ପର୍କୀୟ ଶଳା ଘରେ ଚାଲିଛି ଚଢାଉ । ଏହି ରେଡରେ କୋରାପୁଟ ଭିଜିଲାନ୍ସ ଡିଭିଜନର ୪ଟି ଟିମ ସହ ଭବାନୀପାଟଣା ଭିଜିଲାନ୍ସ ଟିମ୍ ମଧ୍ୟ ସାମିଲ ହୋଇଛନ୍ତି ।

Comments are closed.