ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା:  “ନିଷ୍ଠା” ପକ୍ଷରୁ ମୀନାବଜାରରେ ହେବ ରକ୍ତଦାନ ଶିବିର

ମଥୁରାନଗରୀ (ବରଗଡ଼): ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ ବରଗଡ଼ର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ନିଷ୍ଠା ପରିବାର ପକ୍ଷରୁ ରକ୍ତଦାନ ଶିବିର ଆୟୋଜନ କରାଯିବ । ଏନେଇ ପରିବାରର ଉପଦେଷ୍ଟା ତଥା ସାମାଜିକ କର୍ମୀ ଅଶ୍ବିନୀ ତ୍ରିପାଠୀ ସୂଚନା ଦେଇଛନ୍ତି । ଧନୁଯାତ୍ରାରେ ତୃତୀୟ ଥର ଏହି ଶିବିର ଜାନୁଆରୀ ୧ ତାରିଖରୁ ୬ତାରିଖ ପର୍ଯ୍ୟନ୍ତ ଜର୍ଜ ହାଇସ୍କୁଲ ପଡିଆ ସ୍ଥିତ ମୀନାବଜାର ଠାରେ ଅନୁଷ୍ଠିତ ହେବ । ଗତବର୍ଷ ଅର୍ଥାତ ୨୦୧୯ ମସିହାରେ ୫୫୫ ୟୁନିଟ୍ ରକ୍ତ ସଂଗ୍ରହ କରି ରେକର୍ଡ କରିଥିବା ବେଳେ ଏହି ଶିବିରକୁ ପ୍ରଥମ ଦିନରେ ମହାରାଜ କଂସ ଫିଟାକାଟି ଉଦଘାଟନ କରିଥିଲେ ।

ସେହିପରି ବିଭିନ୍ନ ଦିନ ମାନଙ୍କରେ ଜିଲ୍ଲାପାଳ ତଥା ଧନୁଯାତ୍ରାର ସଭାପତି ଏସପି ତଥା କାର୍ଯ୍ୟକାରୀ ସଭାପତି ଓ ଦଳୀୟ ନେତା କର୍ମୀ ଆସି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ ।

ପୂର୍ବ ବର୍ଷଭଳି ଚଳିତ ବର୍ଷ ମଧ୍ୟ ଯେମିତି ଠିକ ଭାବରେ ଆୟୋଜନ ହୋଇ ପାରିବ । ଅଧିକରୁ ଅଧିକ ସ୍ବେଚ୍ଛାକୃତ ରକ୍ତଦାତା ଆସି ରକ୍ତଦାନ କରିବେ ସେନେଇ ଉପଦେଷ୍ଟା ଶ୍ରୀ ତ୍ରିପାଠୀ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।

Comments are closed.