ଟ୍ରକକୁ ପଛପଟେ ପିଟିହେଲା ପିସିଆର ଭ୍ୟାନ, ୩ ପୋଲିସ କର୍ମଚାରୀ ଗୁରୁତର ଆହତ

ସମ୍ବଲପୁର – ସମ୍ବଲପୁର ସହର ଅଇଁଠାପାଲି ଛକରେ ଭୋରରେ ସଡ଼କ ଦୁର୍ଘଟଣା । ଏକ ଟ୍ରକ ପଛପଟେ ପିସିଆର୍ ଭ୍ୟାନ୍ ପିଟି ହୋଇଯିବାରୁ ୩ ଜଣ ପୋଲିସ୍ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣାରେ ଅଇଁଠାପାଲି ଥାନାର ପିସିଆର ଭ୍ୟାନ୍‌ଟି ସଂପୂର୍ଣ୍ଣ ଭାଙ୍ଗିରୁଜି ଯାଇଛି । ଦୁର୍ଘଟଣା ବେଳେ ଏଥିରେ ମୋଟ ୪ ଜଣ ପୋଲିସ୍ କର୍ମଚାରୀ ଥିଲେ । ୩ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଅଧିକ ଖରାପ ଥିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି।

Comments are closed.