କାଲି ଭୁବନେଶ୍ବର- ରାଉରକେଲା ବିମାନ ସେବାର ଶୁଭାରମ୍ଭ

ଭୁବନେଶ୍ବର – ହକି ବିଶ୍ୱକପ ଆରମ୍ଭ ପୂର୍ବରୁ ଭୁବନେଶ୍ୱର ଓ ରାଉରକେଲା ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ବିମାନ ସେବା । ଆସନ୍ତାକାଲି ଭୁବନେଶ୍ବରରୁ ରାଉରକେଲାକୁ ଉଡିବ ବିମାନ। ସକାଳ ୧୦ ଟା ୪୫ ମିନିଟରେ ଭୁବନେଶ୍ଵର ବିମାନ ବନ୍ଦରରୁ ଆଲାଏନ୍ସ ଏୟାରର ବିମାନ ରାଉରକେଲା ଅଭିମୁଖେ ଯାତ୍ରା କରିବ । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ବିମାନ ସେବାର ଶୁଭାରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିମାନ ବନ୍ଦରରେ ପତାକା ଦେଖାଇ ଉଡାଣର ଶୁଭାରମ୍ଭ କରିବେ। ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଓ ମନ୍ତ୍ରୀ ଅଶୋକ ପଣ୍ଡା ମଧ୍ୟ ଏହି ଅବସରରେ ଉପସ୍ଥିତ ରହିବେ। ରାଉରକେଲାରେ ୧୧ ଟା ୪୦ମିନିଟରେ ପହଞ୍ଚିବ ବିମାନ। ଏହାପରେ ବିମାନ ୧୨ ଟା ୦୫ରେ ରାଉରକେଲାରୁ ବାହାରି ଭୁବନେଶ୍ୱର ବିମାନ ବନ୍ଦରରେ ଅପରାହ୍ନ ୧ରେ ପହଞ୍ଚିବ। ଆସନ୍ତା ୧୨ ତାରିଖରୁ ଦୈନିକ ଉଡାଣ ଆରମ୍ଭ ହେବ । ପ୍ରତିଦିନ ବିମାନ ଭୁବନେଶ୍ବରରୁ ୨ ଟା ୫୫ ମିନିଟରେ ଛାଡ଼ିବ ରାଉରକେଲାରେ ୩ଟା ୫୦ମିନିଟରେ ପହଞ୍ଚିବ। ରାଉରକେଲାରୁ ୪ଟା ୧୫ମିନିଟରେ ବାହାରି ଭୁବନେଶ୍ବରରେ ୫ଟା ୧୦ରେ ପହଞ୍ଚିବ।

ଭୁବନେଶ୍ବରରୁ ରାଉରକେଲା ବିମାନରେ ଟିକେଟ ମୂଲ୍ୟ ରହିଛି ୨୮୦୩ ଟଙ୍କା ରହିଥିବା ବେଳେ ରାଉରକେଲାରୁ ଭୁବନେଶ୍ଵର ବିମାନର ଟିକେଟ ମୂଲ୍ୟ ରହିଛି ୨୭୨୧ଟଙ୍କା। ଆଲାଏନ୍ସ ଏୟାର ବିମାନରେ ୭୨ ସିଟ୍ ରହିଛି।

Comments are closed.