ହିଞ୍ଜିଳିକାଟୁ: ହାଇଓ୍ବା ତଳେ ୪ ବର୍ଷର ଶିଶୁପୁତ୍ରର ଜୀବନ ଗଲା

ଛତ୍ରପୁର: ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ସିକିରି ଗ୍ରାମରେ ସୋମବାର ସକାଳୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ଓ ବେପରୁଆ ଗାଡ଼ି ଚାଳନା ଫଳରେ ହାଇଓ୍ବା ଧକ୍କାରେ ୪ ବର୍ଷର ଶିଶୁପୁତ୍ର ସେହି ଗ୍ରାମର ପ୍ରମୋଦ ଦଳାଇଙ୍କ ପୁଅ ହିମାଂଶୁ ଦଳାଇର ଜୀବନ ଚାଲିଯାଇଛି। ହିଞ୍ଜିଳିକାଟୁରୁ ତାରାତାରଣୀ ମୁଖ୍ୟ ରାସ୍ତାର ସିକିରି ଗାଁରେ ଏହି ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଅଞ୍ଚଳବାସୀ ରାସ୍ତା ଅବରୋଧ କରିଛନ୍ତି। ଘଟଣାସ୍ଥଳରେ ହିଞ୍ଜିଳିକାଟୁ ଥାନା ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି।

Comments are closed.