ସୁବର୍ଣ୍ଣପୁର ଲୋକ ମହୋତ୍ସବ: ମନ ମୋହିଲା ଜିଲ୍ଲାପାଳଙ୍କ କଥକ ନୃତ୍ୟ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଲୋକ ମହୋତ୍ସବରେ ଜିଲ୍ଲାପାଳ ଅବୋଲି ସୁନୀଲ ରଣୱେଣେଙ୍କ ଚିତାକର୍ଷକ କଥକ ନୃତ୍ୟ ଦର୍ଶକଙ୍କୁ ବିମୋହିତ କରିଛି। ସୁବର୍ଣ୍ଣପୁର ଜିଲ୍ଲାର କଳା , ସଂସ୍କୃତି , ଐତିହ୍ୟ ଓ ପରମ୍ପରା ଅନନ୍ୟ। ଏ ମାଟିର କଳା , ସଂସ୍କୃତିର ପରିଚୟ ସମଗ୍ର ବିଶ୍ଵରେ ରହିଛି। ଏହି ପ୍ରକାର ମହୋତ୍ସବ ଆୟୋଜନ ଫଳରେ ପୂରାତନ କଳା ସଂସ୍କୃତିକୁ ବଞ୍ଚାଇ ରଖାଯାଇ ପାରିବ। ଏନେଇ ସମସ୍ତଙ୍କୁ ମିଳିତ ଭାବେ ଉଦ୍ୟମ କରିବାର ଆବଶ୍ୟକତା ରହିଛି ବୋଲି ଆଜି ସୁବର୍ଣ୍ଣ ଲୋକ ମହୋତ୍ସବ ୨୦୨୩ର ସାଂସ୍କୃତିକ ସଭାରେ ଅତିଥିମାନେ ମତବ୍ୟକ୍ତ କରିଥିଲେ । ସୁବର୍ଣ୍ଣପୁର ଜିଲ୍ଲା ସଂସ୍କୃତି ପରିଷଦ , ଓଡ଼ିଶା ଭାଷା , ସହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ରାମେଶ୍ବର ଫକୀର ଜିଲ୍ଲାପାଳ ଷ୍ଟାଡିୟମସ୍ଥିତ ପଟ୍ଟନାୟକ ମୁକ୍ତମଞ୍ଚରେ ଅନୁଷ୍ଠିତ ମହୋତ୍ସବ ଅବୋଲି ସୁନୀଲ ନରୱେଣେଙ୍କ ପୌରାହିତ୍ୟରେ ଅନୁଷ୍ଠିତ ହୋଇଥିଲା ।

ଅନୁଷ୍ଠିତ ସଭାରେ ଅତିଥି ଭାବେ ଉତ୍ତରାଞ୍ଚଳ ରାଜସ୍ୱ କମିଶନର ଡ . ସୁରେଶ ଚନ୍ଦ୍ର ଦଳାଇ , ଉତ୍ତରାଞ୍ଚଳ ଡିଆଇଜି ଡ.ଦୀପକ କୁମାର , ସମ୍ବଲପୁର ଭିଜିଲାନ୍ସ ଏସ୍‌ପି ସାରା ଶର୍ମା , ସୁବର୍ଣ୍ଣପୁର ଏସପି ଅମରେଶ ପଣ୍ଡା ପ୍ରମୁଖ ଯୋଗଦେଇଥିଲେ । ପରେ ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଶେଷ ଆକର୍ଷଣ ଥିଲା ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲି ସୁନୀଲ ନରୱେଣେଙ୍କ ଦ୍ଵାରା ‘ ଓ … ରେ ଚିରେୟା ଗୀତରେ ’ ପରିବେଷିତ କଥକ ନୃତ୍ୟ । ପରେ ସମ୍ବଲପୁର ଭିଜିଲାନ୍ସ ଏସପି ସାରା ଶର୍ମାଙ୍କ ଦ୍ଵାର ସଙ୍ଗୀତ ପରିବେଷଣ , ସୋନପୁର ଟ୍ରେଣ୍ଡି ଏକାଡେମୀ ଦ୍ଵାର ଡାନ୍ସ କାର୍ଯ୍ୟକ୍ରମ , ପଏଁରୀ ଅନୁଷ୍ଠାନ ଦ୍ଵାର ନୃତ୍ୟ ପରିବେଷଣ , ଜମକାନୀ ଓଏଭି ଛାତ୍ରଙ୍କ ଦ୍ବାରା ନୃତ୍ୟ ପରିବେଷଣ ହୋଇଥିଲା ।

ସେହିପରି ସୁଧାର ଗୃହ ଦ୍ଵାରା ବାଲ୍ୟ ବିବାହ ନିରକାରଣ ନାଟକ ଓ ପ୍ରଖ୍ୟାତ କମେଡିୟାନ ରାଜୁ ଦାସଙ୍କ ଦ୍ଵାରା କେମଡି ପରିବେଷଣ କରାଯାଇଥିଲା । ପ୍ରାରମ୍ଭରେ ଭୀମଭୋଇ କଳା ପରିଷଦ ପକ୍ଷରୁ ଉମେଶ କୁମ୍ଭାର ଓ ସାଥୀଙ୍କ ଦ୍ଵାର ଅବାହନୀ ସଂଗୀତ ଗାନ କରାଯାଇଥିଲା । ମହୋତ୍ସବ ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା ।

Comments are closed.