ବିବାହ ପୂର୍ବରୁ ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ଦର୍ଶନ କଲେ ମୁକେଶ ଅମ୍ବାନୀଙ୍କ ପୁଅ

ପୁରୀ – ଶିଳ୍ପପତି ମୁକେଶ ଅମ୍ବାନୀ ଙ୍କ ପୁଅ ଅନନ୍ତ ଅମ୍ବାନୀ ଆଜି ପୁରୀରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ବିବାହ ପୂର୍ବରୁ ଶ୍ରୀକ୍ଷେତ୍ର ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ଅନନ୍ତ । ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ଜେଡ୍ ପ୍ଲସ ସୁରକ୍ଷା ବଳୟରେ ପୁରୀ ଯାଇଥିଲେ ଅନନ୍ତ । ସେଠାରୁ କଡ଼ା ସୁରକ୍ଷାରେ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି । କିଛି ଦିନ ତଳେ ଅନନ୍ତଙ୍କ ନିର୍ବନ୍ଧ ସରିଛି। ବିବାହ ପୂର୍ବରୁ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରି ସେ ଆଶିଷ ନେଇଛନ୍ତି । ଗତକାଲି ଗୁଆହାଟୀର କାମାକ୍ଷା ପୀଠକୁ ଯାଇ ଦର୍ଶନ କରିଥିଲେ ଅନନ୍ତ ।

Comments are closed.