ସଡ଼କ ଦୁର୍ଘଟଣାରେ ଯୁବକ ଗୁରୁତର

ବରଗଡ଼: ବରଗଡ଼-ବଲାଙ୍ଗୀର ଜାତୀୟ ରାଜପଥ ନଂ ୨୬ ବରପାଲି ବ୍ଳକ ଟିଙ୍ଗିପାଲି ଛକ ଠାରେ ବାଇକ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଜଣେ ବାଇକ ଆରୋହୀ ଗୁରୁତର ହୋଇଛନ୍ତି । ଦୁର୍ଘଟଣାଗ୍ରସ୍ତ ବାଇକ ଆରୋହୀଙ୍କ ବର୍ତ୍ତମାନ ସୁଦ୍ଧା ପରିଚୟ ମିଳି ପାରିନାହି । ତେବେ ସେହି ରାସ୍ତା ଦେଇ ବରଗଡ଼ ପଟରୁ ବଲାଙ୍ଗୀର ପଟକୁ ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁପାରା ଠେଲା କୌଣସି କାର୍ଯ୍ୟରେ ଯାଉଥିବା ବେଳେ ଜଣେ ବାଇକ ଆରୋହୀ ଦୁର୍ଘଟଣାଗ୍ରସ୍ତ ଅବସ୍ଥାରେ ପଡିଥିବା ଦେଖି ସଙ୍ଗେ ସଙ୍ଗେ ସ୍ଥାନୀୟ ସିଏଚସିକୁ ଜଣାଇଥିଲେ । ଏହା ସହ ସେ ନିଜ ଗାଡ଼ିରେ ଉଦ୍ଧାର କରି ହସ୍ପିଟାଲକୁ ଆଣିଥିଲେ । ଖବରପାଇ ବରପାଲି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ବାଇକ (ଓଡ଼ି ୦୩-ସି-୮୦୮୬) ଜବତ କରି ତଦନ୍ତ ଆରମ୍ଭ କରିଛି ।

ତେବେ ପାରିପାର୍ଶ୍ବିକ ସ୍ଥିତିକୁ ଅନୁଧ୍ୟାନ କରି କୌଣସି ଅଜଣା ଗାଡ଼ି ଧକ୍କାରେ ବାଇକ ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକେ ସନ୍ଦେହ ପ୍ରକାଶ କରିଛନ୍ତି ।

Comments are closed.