ହକି ବିଶ୍ୱକପ : କ୍ୱାର୍ଟରରେ ଇଂଲଣ୍ଡକୁ ହରାଇ ସେମିରେ ଜର୍ମାନୀ

ଭୁବନେଶ୍ୱର – ହକି ବିଶ୍ଵକପର ସେମିଫାଇନାଲରେ ପହଞ୍ଚିଛି ଜର୍ମାନୀ। କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ସଂଘର୍ଷପୂର୍ଣ୍ଣ କ୍ୱାର୍ଟର ଫାଇନାଲରେ ଜର୍ମାନୀ ସୁଟଆଉଟରେ ଇଂଲଣ୍ଡକୁ ପରାସ୍ତ କରିଛି । ଜର୍ମାନୀ ସୁଟଆଉଟରେ ୪-୩ ଗୋଲରେ ବିଜୟୀ ହୋଇଥିଲା । ନିର୍ଦ୍ଧାରିତ ସମୟର ଖେଳରେ ସ୍କୋର ୨-୨ ଗୋଲରେ ସୀମିତ ରହିବା ପରେ ଫଳାଫଳ ନିର୍ଣ୍ଣୟ ପାଇଁ ସୁଟଆଉଟର ସହାୟତା ନିଆଯାଇଥିଲା । ସେମିଫାଇନାଲରେ ଜର୍ମାନୀର ମୁକାବିଲା ଅଷ୍ଟ୍ରେଲିଆ ସହ ହେବ । ଆଜି ନେଦରଲ୍ୟାଣ୍ଡସ ଓ ଦକ୍ଷିଣ କୋରିଆ ମଧ୍ୟରେ ଖେଳାଯିବାକୁ ଥିବା ଶେଷ କ୍ୱାର୍ଟର ଫାଇନାଲର ବିଜୟୀ ଦଳ ସେମିଫାଇନାଲରେ ବେଲଜିୟମ ସହ ଖେଳିବ ।

Comments are closed.