ଗ୍ରାମ୍ୟ ଉନ୍ନୟନ ବିଭାଗର ମାସିକ ସମୀକ୍ଷା ବୈଠକ: ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ନେଇ ସମୀକ୍ଷା କଲେ ବିଭାଗୀୟ ସଚିବ

ଭୁବନେଶ୍ୱର: ଗ୍ରାମ୍ୟ ଉନ୍ନୟନ ବିଭାଗର ମାସିକ ସମୀକ୍ଷା ବୈଠକ ଲୋକସେବା ଭବନସ୍ଥିତ ଗ୍ରାମ୍ୟ ଉନ୍ନୟନ ବିଭାଗର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା , ବିଜୁ ସେତୁ ଯୋଜନା , ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା , କୋଠାବାଡ଼ି , ଜିଲ୍ଲା ଖଣିଜ ପାଣ୍ଠି , ଓମ୍‌ବାଡ଼ସି ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗର ବିଭିନ୍ନ ଯୋଜନାର କାର୍ଯ୍ୟା ନ୍ଵୟନ ନେଇ ସମୀକ୍ଷା କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ‘ ମୋ ସରକାର ’ ଓ ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣିର ଅଗ୍ରଗତି ସଂପର୍କରେ ମଧ୍ୟ ସମୀକ୍ଷା କରାଯାଇଛି । ସମସ୍ତ ଡିଭିଜନର ଦାୟିତ୍ଵରେ ଥିବା ଅଧିକାରୀମାନେ ନିର୍ମାଣ କରାଯାଇଥିବା ରାସ୍ତା , ସେତୁ ଯୋଜନାଗୁଡ଼ିକର ସଫଳ କାହାଣୀ ଏବଂ ଉପକୃତ ହେଉଥିବା ଜନସାଧାରଣଙ୍କ ମତାମତ , ଯୋଜନା ନେଇ ସେମାନଙ୍କର ଆଭିମୁଖ୍ୟ ବାବଦରେ ଏକ ପୁସ୍ତିକା ଏବଂ ଭିଡ଼ିଓଗ୍ରାଫି ଶୀଘ୍ର ଦାଖଲ କରିବା ପାଇଁ ପ୍ରମୁଖ ସଚିବ ଶ୍ରୀ ସିଂ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ରାଜ୍ୟର ସମସ୍ତ ୬୦ଟି ଡିଭିଜନ ଓ ୧୩ ସର୍କଲ ଇଂଜିନିୟରିଂ ସଂସ୍ଥାର ମୁଖ୍ୟଯନ୍ତ୍ରୀଙ୍କ ସହ ପ୍ରମୁଖ ସଚିବ ଶ୍ରୀ ସିଂ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ପ୍ରକଳ୍ପ କାର୍ଯ୍ୟଗୁଡ଼ିକୁ ନିର୍ଦ୍ଧାରିତ ସମୟରେ ଶେଷ କରିବା ପାଇଁ ଶ୍ରୀ ସିଂ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ପ୍ରମୁଖ ସଚିବ ଶ୍ରୀ ସିଂ ଗ୍ରାମ୍ୟ ଉନ୍ନୟନ ବିଭାଗର ସମସ୍ତ କାର୍ଯ୍ୟକୁ ମିସ୍ ମାଧ୍ୟମରେ ସମାପନ କରିବା ନିମନ୍ତେ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ ।

ଏହି ସମୀକ୍ଷା ବୈଠକରେ ସ୍ଵତନ୍ତ୍ର ଶାସନ ସଚିବ ସୁଦର୍ଶନ ପରିଡ଼ା ଏବଂ ଅକ୍ଷୟ କୁମାର ପ୍ରଧାନ , ମୁଖ୍ୟଯନ୍ତ୍ରୀ ପ୍ରଦୀପ କୁମାର ସାମଲଙ୍କ ସମେତ ବିଭାଗୀୟ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ ।

Comments are closed.