ଭଞ୍ଜନଗରରେ ସଡ଼କ ଦୁର୍ଘଟଣା: ଦୁଇ ବାଇକକୁ ଧକ୍କା ଦେଲା ଟ୍ରକ, ୨ ମୃତ, ୩ ଗୁରୁତର 

ଭଞ୍ଜନଗର – ଗଞ୍ଜାମ ଜିଲ୍ଲାରେ ସଡ଼କ ଦୁର୍ଘଟଣା। ଭଞ୍ଜନଗର ତୁଳସୀପଲ୍ଲୀ ଗାଁ ନିକଟରେ ଏକ ଟ୍ରକ ଧକ୍କାରେ ଦୁଇ ବାଇକ ଆରୋହୀ ପ୍ରାଣ ହରାଇଛନ୍ତି। ଆଜି ସନ୍ଧ୍ୟାରେ ଘଟିଛି ଏହି ଦୁର୍ଘଟଣା । ଏକ ଟ୍ରକ୍‌ ଆଗ ପଛ ହୋଇ ଯାଉଥିବା ଦୁଇ ବାଇକ୍‌କୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ହିଁ ଭୋଳା ପ୍ରଧାନ ଓ ତାଙ୍କ ବାଇକ୍‌ ପଛରେ ବସିଥିବା ଯୁବକଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ବାଇକ୍‌ରେ ଥିବା ୩ ଜଣ ଯୁବକ ଟ୍ରକ ଧକ୍କାରେ ରାସ୍ତା ପାର୍ଶ୍ୱରେ ଛିଟିକି ହୋଇ ଗୁରୁତର ଆହତ ହୋଇଛନ୍ତି । ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡ଼ିକାଲ୍‌ରେ ଭର୍ତ୍ତି କରିଛନ୍ତି। ସେମାନଙ୍କ ଅବସ୍ଥା ଚିନ୍ତାଜନକ ରହିଛି।

Comments are closed.