ମନ୍ତ୍ରୀଙ୍କୁ ୫ ରାଉଣ୍ଡ ଗୁଳି ଚଳାଇଥିଲା ଅଭିଯୁକ୍ତ ଏଏସଆଇ

ଝାରସୁଗୁଡା: ମନ୍ତ୍ରୀ ନବ ଦାସଙ୍କୁ ପୁଲିସ ଏଏସଆଇ ଗୋପାଳ ଦାସ ଗୁଳିମାଡ଼ କରିଥିଲେ । ସେ ଅତି ନିକଟରୁ ମନ୍ତ୍ରୀଙ୍କୁ ଗୁଳି ମାଡ଼ କରିଥିବା ବର୍ତ୍ତମାନ ଭିଡ଼ିଓରୁ ସ୍ପଷ୍ଟ ହେଉଛି। ଏହା ପରେ ସେ ଅଭିଯୁକ୍ତ ଏଏସଆଇ ଜଣକ ଫାଙ୍କା ଦୁଇ ରାଉଣ୍ଡ ଗୁଳି ମଧ୍ୟ ଚାଳନା କରିଥିବା ଜଣା ପଡ଼ିଛି ।

ବ୍ରଜରାଜନଗର ଏସଡିଓଇଓଙ୍କ ସୂଚନା ପ୍ରଦାନ ଅନୁଯାୟୀ ଏଏସଆଇ ଗୋପାଳ ଦାସ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ସାମ୍ନାକୁ ଆସି ୫ ରାଉଣ୍ଡ ଗୁଳି ଚଳାଇଥିଲା। ହେଲେ ମନ୍ତ୍ରୀଙ୍କ ଦେହରେ ୩ଟି ଗୁଳି ବାଜିଥିଲା। ଫଳରେ ସେ ଗୁରୁତର ହୋଇ ପଡ଼ିଥିଲେ ।

Comments are closed.