ସ୍ୱାସ୍ଥ୍ୟ ମନ୍ତ୍ରୀ ହତ୍ୟା ମାମଲା: ଅଭିଯୁକ୍ତ ଏଏସ୍ଆଇଙ୍କ ପୈତୃକ ଘରେ କ୍ରାଇମବ୍ରାଞ୍ଚର ତନାଘନା 

ବ୍ରହ୍ମପୁର: ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ଏଏସ୍ଆଇ ଗୋପାଳ ଦାସଙ୍କ ପୈତୃକ ଘର ବ୍ରହ୍ମପୁର ଆଙ୍କୁଲି ନିକଟ ଜଳେଶ୍ବରଖଣ୍ଡିରେ କ୍ରାଇମବ୍ରାଞ୍ଚର ୪ଜଣିଆ ଟିମ୍ ମଙ୍ଗଳବାର ତନାଘନା କରିଛି। ଡିଏସପି ଶିଶିର ମିଶ୍ରଙ୍କ ନେତୃତ୍ବରେ ପରିବାର ଲୋକଙ୍କୁ ପଚରାଉଚରା କରିଛି କ୍ରାଇମବ୍ରାଞ୍ଚ। ବ୍ରହ୍ମପୁର ପୁଲିସର ଜଣେ ମହିଳା ଡିଏସପି ମଧ୍ଯ ଟିମରେ ଅଛନ୍ତି। ତାଙ୍କ ମାନସିକ ସ୍ଥିତି, ପରିବାର ଲୋକଙ୍କ ଚଳଣୀ, ବ୍ୟକ୍ତିଗତ ସମ୍ପର୍କ ଆଦି ବାବଦରେ ତଥ୍ୟ ସଂଗ୍ରହ କରିଛି କ୍ରାଇମବ୍ରାଞ୍ଚ ଅଧିକାରୀଗଣ।

ଡିଏସପି ମିଶ୍ର କହିଛନ୍ତି ଯେ, ଆମର ୪ ଜଣିଆ ଟିମ୍ ଉକ୍ତ ଘଟଣାର ବ୍ରହ୍ମପୁର ପଟର ସମସ୍ତ ବିସ୍ତୃତ ତଦନ୍ତ କରୁଛୁ। ଅଭିଯୁକ୍ତଙ୍କ ପରିବାର ଲୋକଙ୍କୁ ପଚରାଉଚରା ଆରମ୍ଭ କରିଛୁ। ଏବେ ତଦନ୍ତ ଆରମ୍ଭ ପର୍ଯ୍ୟାୟରେ ରହିଛି। ଆଗକୁ ମଧ୍ୟ ଘଟଣା ସହ ଜଡ଼ିତ ବିସ୍ତୃତ ତଦନ୍ତ କରାଯାଇ ଯାହା ଆବଶ୍ୟକ ସବୁ ତଥ୍ୟ ସଂଗ୍ରହ କରାଯିବ।

Comments are closed.