ଭୁବନେଶ୍ୱର ଓ ଜାମସେଦପୁର ମଧ୍ୟରେ ବିମାନ ସେବା ଆରମ୍ଭ

ଭୁବନେଶ୍ବର – ଭୁବନେଶ୍ବର ଓ ଜାମସେଦପୁର ମଧ୍ୟରେ ଆରମ୍ଭ ହୋଇଛି ବିମାନ ସେବା । ଆଜିଠୁ ଭୁବନେଶ୍ବରରୁ ଜାମସେଦପୁରକୁ ଉଡିଛି ବିମାନ। ଆଜି ସକାଳ ୭ଟା ୩୦ରେ ଉଡିଲା ପ୍ରଥମ ବିମାନ। ଉଡାଣ ଯୋଜନା ଅନ୍ତର୍ଗତ ଦୁଇ ସହର ମଧ୍ୟରେ ଆରମ୍ଭ ହୋଇଛି ବିମାନ ସେବା । ‘ଇଣ୍ଡିଆ ୱାନ ଏୟାର’ ପକ୍ଷରୁ ବିମାନ ଉଡାଣ ହୋଇଛି । ଭୁବନେଶ୍ୱର – ଜାମସେଦପୁର – କୋଲକାତା ବିମାନ ଉଡିବ। ଭୁବନେଶ୍ବରରୁ ଜାମସେଦପୁର ଓ ଏହାପରେ ଜାମସେଦପୁରରୁ କୋଲକାତାକୁ ଉଡିବ ବିମାନ।

ଆଜି ପ୍ରଥମ ଦିନରେ ବିମାନ ୭ଟା ୩୦ରେ ଭୁବନେଶ୍ୱରରୁ ବାହାରିଥିବା ବେଳେ କାଲିଠୁ ପ୍ରତିଦିନ ଭୁବନେଶ୍ବରରୁ ସକାଳ ୬ଟା ୩୦ରେ ବାହାରି ଜାମସେଦପୁର ରେ ସକାଳ ୭ ଟା ୫୦ ରେ ପହଞ୍ଚିବ। ଜାମସେଦପୁର ରୁ ୮ ଟା ୧୫ ରେ ଛାଡ଼ି କୋଲକାତାରେ ୯ଟା ୨୦ ମିନିଟରେ ପହଞ୍ଚିବ। କୋଲକାତାରୁ ୧୦ ଟା୧୦ରେ ବାହାରି ଜାମସେଦପୁରରେ ୧୧ଟା ୧୫ରେ ପହଞ୍ଚିବ। ଜାମସେଦପୁରରୁ ଅପରାହ୍ନ ୧୨ଟା୪୫ରେ ବାହାରି ଭୁବନେଶ୍ବରରେ ଅପରାହ୍ନ ୨ଟା୫ ରେ ପହଞ୍ଚିବ।

Comments are closed.