ସିନେମା ହଲରେ ଗଣ୍ଡଗୋଳ କରିବା ମହଙ୍ଗା ପଡିଲା: ବିଧାୟକଙ୍କ ପୁଅ ଗିରଫ

ବଲାଙ୍ଗୀର : ସିନେମା ହଲରେ ଗଣ୍ଡଗୋଳ କରିବା ମହଙ୍ଗା ପଡିଛି ବିଧାୟକଙ୍କ ପୁଅକୁ । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ସେଜି ସିଂହ ସାଲୁଜାକୁ ପୁଲିସ ଗିରଫ କରିଛି । ସେଜି ଆଲିଶାନ ସିନେମା ହଲରେ କେତେକ ବ୍ୟକ୍ତିଙ୍କ ସହ ଝଗଡା କରିଥିବା ଅଭିଯୋଗ ହୋଇଛି । ଏଥିସହ ହାତାହାତି ହୋଇଥିଲେ । ଏହାର ଏକ ଭିଡିଓ ଭାଇରାଲ ହୋଇଥିଲା। ଭାଇରାଲ ଭିଡିଓକୁ ଆଧାରରେ ପୁଲିସ ସେଜିକୁ ଗିରଫ କରି ରାତାରାତି କୋର୍ଟ ଚାଲାଣ କରିଥିବା ଜଣାପଡିଛି।

Comments are closed.