ନିଶା ନିବାରଣ କେନ୍ଦ୍ରରେ ମାଡ଼ ଖାଇଥିବା ଯୁବକଙ୍କ ମୃତ୍ୟୁ

ଭୁବନେଶ୍ୱର – ଭୁବନେଶ୍ୱର ମଞ୍ଚେଶ୍ୱର ସ୍ଥିତ ଏକ ନିଶା ନିବାରଣ କେନ୍ଦ୍ରରେ ମାଡ଼ ଖାଇ ଗୁରୁତର ହୋଇଥିବା ସର୍ବେଶ୍ୱରଙ୍କ ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ମଞ୍ଚେଶ୍ୱର ଥାନା ଅଧୀନସ୍ଥ ସାଇକୃପା ନିଶା ନିବାରଣ କେନ୍ଦ୍ରରେ ସର୍ବେଶ୍ୱରଙ୍କୁ ମାଡ଼ ପରେ ସେ ଗୁରୁତର ହୋଇପଡ଼ିଥିବା ଅଭିଯୋଗ ହୋଇଥିଲା। ଏନେଇ ତାଙ୍କ ପରିବାର ଲୋକେ ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଥିଲେ । ଏହି ମାମଲାରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି ।

Comments are closed.