ବିଜୟଙ୍କ ମୁହଁରେ ବିଜେପିର ଭାଷା : ବିଜେଡି

ଭୁବନେଶ୍ୱର: କଂଗ୍ରେସ ଦଳରେ ଯୋଗ ଦେଇଥିବା ଅବସରପ୍ରାପ୍ତ ପ୍ରଶାସକ ବିଜୟ ପଟ୍ଟନାୟକଙ୍କ ଆଜି ତାଙ୍କର ପ୍ରଥମ ସାମ୍ବାଦିକ ସମ୍ମିଳନୀରେ ଯେଉଁ ବକ୍ତବ୍ୟ ରଖିଲେ ତାହା ଶୁଣି ଲାଗିଲା , କଂଗ୍ରେସ ନୁହେଁ , ବିଜେପିର ଜଣେ ମୁଖପାତ୍ର ଭାବେ କଥା ହେଉଛନ୍ତି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଡକ୍ଟର ଲେନିନ ମହାନ୍ତି ।

ଶ୍ରୀ ମହାନ୍ତି କହିଛନ୍ତି ଯେ ସମସ୍ତେ ଭଲଭାବେ ଜାଣନ୍ତି , ସରକାରୀ ଚାକିରିରୁ ଅବସର ନେବା ପରେ ଶ୍ରୀ ପଟ୍ଟନାୟକ ରାଜନୀତିରେ ଯୋଗଦେଇ କ୍ଷମତାରେ ରହିବା ପାଇଁ କେତେ ବ୍ୟାକୁଳ ଥିଲେ । ଏଥିପାଇଁ ସେ ବିଜୁ ଜନତା ଦଳରେ ଯୋଗ ଦେଇ ରାଜ୍ୟସଭା ଯିବାକୁ ଚାହୁଁଥିଲେ । ମାତ୍ର ତାହା ସମ୍ଭବ ନହେବାରୁ ସେ ଶେଷରେ ବୁଲିବୁଲି କଂଗ୍ରେସ ଦଳରେ ଯୋଗ ଦେଲେ । ଏବେଠୁ ଜଣାପଡ଼ୁଛି , ଭବିଷ୍ୟତରେ ବି ସେ କଂଗ୍ରେସରେ ରହି ବିଜେପିର ମୁଖପାତ୍ର ଭଳି କାମ କରିବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

Comments are closed.