ଜିଏସଟି ଠକେଇ ଅଭିଯୋଗରେ କିରାନା ଦୋକାନରେ ଚଢ଼ାଉ

ବୌଦ୍ଧ: ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଛକର ବାସୁଦେବ ଅଗ୍ରୱାଲ ନାମକ ଜଣେ ପ୍ରତିଷ୍ଠିତ କିରାନା ହୋଲସେଲ୍ ଦୋକାନରେ ଜିଏସଟି ଠକେଇ ଅଭିଯୋଗରେ ଚଢାଉ କରାଯାଇଛି । ସମ୍ବଲପୁର ଜିଏସଟି ବିଭାଗର ୫ ଜଣିଆ ଟିମ ସହ ବୌଦ୍ଧ ପୋଲିସ ଚଢାଉ କରି ଲକ୍ଷାଧିକ ଟଙ୍କା ସହ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରି ଯାଞ୍ଚ୍ କରାଯାଇଛି । ତେବେ ଏହି କିରାନା ଦୋକାନ ନାମରେ ପୂର୍ବରୁ ମଧ୍ୟ ଜିଏସଟି ଫଳୁଥିବା ନେଇ ଅଭିଯୋଗ ହୋଇଆସୁଥିଲା । ସେହିପରି ବାଉଁଶୁଣି ଅଞ୍ଚଳରେ ଥିବା ଅନେକ ଦୋକାନରେ ମଧ୍ଯ ବିନା ଜିଏସଟି କାଗଜପତ୍ରରେ ଚାଲିଥିବା ଶୁଣିବାକୁ ମିଳିଛି ।

Comments are closed.