ପଦ୍ମପୁରକୁ ବର୍ଷକ ମଧ୍ୟରେ ଜିଲ୍ଲା କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା , ଫମ୍ପା ପ୍ରତିଶ୍ରୁତି ପାଇଁ ବିରୋଧୀଙ୍କୁ ଟାର୍ଗେଟ 

ପଦ୍ମପୁର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ବରଗଡ଼ ଜିଲ୍ଲା ଗସ୍ତ କରିଥିଲେ । ପଦ୍ମପୁରରେ ସେ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ । ପ୍ରଭୁ ନୃସିଂହନାଥଙ୍କ ନାମ ନେବା ସହ ଜୁହାର ଜଣାଇ ଭାଷଣ ଆରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ। ସେ କହିଥିଲେ ଯେ, ଗତବର୍ଷ ଡିସେମ୍ବର ମାସରେ ସେ ପଦ୍ମପୁରବାସୀଙ୍କୁ ଭେଟିଥିଲେ। ଜନସାଧାରଣଙ୍କ ବିପୁଳ ସ୍ନେହ, ଶ୍ରଦ୍ଧା ଓ ଆଶୀର୍ବାଦ ତାଙ୍କୁ ଅଭିଭୂତ କରିଛି । ଏଥିପାଇଁ ସେ ସବୁବେଳ ଋଣୀ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ପଦ୍ମପୁରର ମିଶନ ଶକ୍ତି ମାଆମାନେ ବହୁତ ଭଲ କାମ କରୁଛନ୍ତି। ମାଆମାନଙ୍କ ପାଇଁ ୧ କୋଟି ୨୩ ଲକ୍ଷ ଟଙ୍କାର ସହାୟତା କଥା ଉଲ୍ଲେଖ କରିଥିଲେ ନବୀନ। ଏହି ଟଙ୍କାରେ ସେମାନେ ଭଲ ଉଦ୍ୟୋଗୀ ହୋଇ ସୁନାମ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଗତଥର ସେ ପଦ୍ମପୁର ବିଧାନସଭା ପାଇଁ କିଛି ଘୋଷଣା କରିଥିବା ମନେ ପକାଇଦେଇଥିଲେ । ଘୋଷଣା କାର୍ଯ୍ୟକାରୀ ହୋଇଥିବା କହିଥିବା କହିଥିଲେ ନବୀନ ।ପାଇକମାଳ ପିଏଚସିକୁ ସିଏଚସିରେ ପରିଣତ କରାଯାଇଛି ।ଚକ୍ରଧର ଡ୍ୟାମ କାମ ଆରମ୍ଭ ହୋଇସାରିଛି । ୧୩୩/୧୧ କେଭି ସବଷ୍ଟେସନ ପାଇଁ ଜମି ଚିହ୍ନଟ ହୋଇସାରିଛି। ସେ କଥା ନୁହେଁ, କାମରେ ବିଶ୍ବାସ କରନ୍ତି ବୋଲି ମୁଖ୍ୟମନ୍ତ୍ରୀ ସଭାରେ କହିଥିଲେ। ଗତ ଡିସେମ୍ବରରେ ପଦ୍ମପୁର ଜିଲ୍ଲା ବିଷୟ ସେ ଘୋଷଣା କରିଥିଲି। ଏହା ଏକ ବର୍ଷ ମଧ୍ୟରେ ନିଶ୍ଚୟ କରାଯିବ। ବାକି ସବୁ କାମ ସମୟ ଭିତରେ କରାଯିବ।

ନିଜ ଭାଷଣରେ କେନ୍ଦ୍ରମନ୍ତ୍ରୀ ମାନଙ୍କୁ ଟାର୍ଗେଟ କରିଥିଲେ ନବୀନ। ଗତ ଉପନିର୍ବାଚନ ବେଳେ ଦିଲ୍ଲୀରୁ ମାନ୍ୟବର କେନ୍ଦ୍ର ମନ୍ତ୍ରୀମାନେ ପଦ୍ମପୁର ଆସିଥିଲେ । ଧାନ କିଣା, ଫସଲ ବୀମା , ରେଳବାଇ, କେନ୍ଦୁ ପତ୍ର ଜିଏସଟି ଆଦି ବିଷୟରେ ଅନେକ ପ୍ରତିଶ୍ରୁତି ଦେଇଥିଲେ । ସେମାନଙ୍କ ପ୍ରତିଶ୍ରୁତି ବିଷୟରେ ମନେ ପକାଇଦେବା ପାଇଁ ପ୍ରଭୁ ନୃସିଂହନାଥଙ୍କ ନିକଟରେ ସେ ବିନମ୍ର ପ୍ରାର୍ଥନା କରୁଛନ୍ତି ବୋଲି ନବୀନ କହିଥିଲେ ।

ଅଞ୍ଚଳର ବିକାଶ ପାଇଁ ସେ ୬୪ କୋଟି ଟଙ୍କା ମଂଜୁର କରିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ଗତ ଉପନିର୍ବାଚନ ସମୟରେ ଆପଣମାନେ ମୋତେ ଭେଟିଥିଲେ। ପ୍ରତି ପଞ୍ଚାୟତ, ପ୍ରତି ଏନଏସି, ପ୍ରତି ୱାର୍ଡର ବିକାଶ ପାଇଁ ଜନସାଧାରଣ ପ୍ରସ୍ତାବ ଦେଇଥିଲେ । ସେ ଖୁସି ଯେ ସେହି ପ୍ରସ୍ତାବକୁ ଭିତ୍ତିକରି ଏ ଟଙ୍କା ମଞ୍ଜୁର କରାଯାଇଛି । ଲୋକଙ୍କ ପ୍ରସ୍ତାବକୁ ଭିତ୍ତିକରି ଟଙ୍କା ମଞ୍ଜୁର କରାଯିବା, ଓଡିଶା ଇତିହାସରେ ପ୍ରଥମ। ଏ ଅଞ୍ଚଳର ବିକାଶକୁ ଆଗେଇ ନେବାରେ ଏହା ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଜୟ ଜଗନ୍ନାଥ

Comments are closed.