ବିଧାନସଭା ବଜେଟ ଅଧିବେଶନ ପୂର୍ବରୁ ଆଜି ବସିବ ସର୍ବଦଳୀୟ ବୈଠକ

ଭୁବନେଶ୍ୱର – ଆସନ୍ତାକାଲି ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେଉଛି । ଅଧିବେଶନ ଶାନ୍ତି ସୁଚାରୁ ରୂପେ ପରିଚାଳନା କରିବା ପାଇଁ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ଆଜି ସର୍ବଦଳୀୟ ବୈଠକ ବସୁଛି । ସାଢେ ୧୧ଟା ୩୦ରେ ବିଧାନସଭା ସମ୍ମିଳନୀ କକ୍ଷରେ ବସିବ ସର୍ବଦଳୀୟ ବୈଠକ।

ବୈଠକରେ ବିରୋଧୀ ଦଳ ନେତାଙ୍କ ସମେତ କଂଗ୍ରେସ ବିଧାୟକ ଦଳ ନେତା, ସିପିଏମ ବିଧାୟକ, ସରକାରୀ ଦଳ ମୁଖ୍ୟ ସଚେତକ ଓ ବିଜେଡିର ବରିଷ୍ଠ ବିଧାୟକ ଯୋଗ ଦେବେ । ଦୁଇଟି ପର୍ଯ୍ୟାୟରେ ଚାଲିବାକୁ ଥିବା ଅଧିବେଶନରେ ୨୭ଟି କାର୍ଯ୍ୟ ଦିବସ ରହିଛି ।

ବିଧାନସଭାର ବଜେଟ ଅଧିବେଶନ ପ୍ରଥମ ପର୍ଯ୍ୟାୟ ଆସନ୍ତକାଲିଠୁ ମାର୍ଚ୍ଚ ୧ ତାରିଖ ଯାଏଁ ଓ ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୧୦ରୁ ଏପ୍ରିଲ ୬ ତାରିଖ ଯାଏଁ ଚାଲିବ । ପ୍ରଥମ ଦିନ ରାଜ୍ୟପାଳଙ୍କ ଅଭିଭାଷଣରୁ ଗୃହ କାର୍ଯ୍ୟ ଆରମ୍ଭ ହେବ । ଫେବ୍ରୁଆରୀ ୨୪ ତାରିଖ ଦିନ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୨୦୨୩- ୨୪ ଆର୍ଥିକ ବର୍ଷର ବଜେଟ ଉପସ୍ଥାପନ କରିବେ ।

Comments are closed.